PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

‘ଗଡଫାଦର’ ଟିଜର୍ ରିଲିଜ୍, ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ନଜର ଆସିବେ ସଲମାନ ଖାନ

ନୂଆଦିଲ୍ଲୀ ୦୫/୦୭: ଆଜି ସମସ୍ତେ ସାଉଥ୍ ଫିଲ୍ମକୁ ପସନ୍ଦ କରୁଥିବା ଦେଖାଯାଉଛି। ବଲିଉଡରେ ଏମିତି କେହି ବ୍ୟକ୍ତି ନାହାଁନ୍ତି, ଯିଏକି ସାଉଥ୍ ଫିଲ୍ମର ରିମେକ୍ କରୁନାହାଁନ୍ତି। ଅର୍ଥାତ୍ ବଲିଉଡ ଉପରେ ଆଜିକାଲି ସାଉଥ୍ ର ଦବଦବା ରହିଛି। ଏହାର ପ୍ରଭାବ ସଲମାନ ଖାନଙ୍କ ଉପରେ ମଧ୍ୟ ପଡିଛି। ସେଥିପାଇଁ ସେ ଗଡଫାଦର ଫିଲ୍ମ ପାଇଁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ହାତ ମିଳାଇଛନ୍ତି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି।

ସୁପରଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ‘ଗଡଫାଦର’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଏବେ ନିର୍ମାତା ଏହି ଫିଲ୍ମର ଟିଜର ରିଲିଜ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିଥିବା ଏହି ଟିଜରରେ ଦେଖିବାକୁ ମିଳିଛି, ଏକ କାର ଲୋକଙ୍କ ମଧ୍ୟରେ ଯାଉଛି, ଯେଉଁଥିରୁ ଚିରଞ୍ଜୀବୀ ଓହ୍ଲାଉଛନ୍ତି। କଳା କୁର୍ତ୍ତା-ପାଇଜାମା ଏବଂ କଳା ଚଷମା ପିନ୍ଧି ମେଗାଷ୍ଟାର ରାଉଡି ପରି ଦେଖାଯାଉଛନ୍ତି।

ଅଭିନେତାଙ୍କ ଏହି ଲୁକକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। ଏହି ଫିଲ୍ମକୁ ନେଇ କ୍ରେଜ୍ କେବଳ ସାଉଥ ଦର୍ଶକଙ୍କ ମଧ୍ୟରେ ନୁହେଁ, ହିନ୍ଦୀ ବେଲ୍ଟର ଲୋକଙ୍କ ମଧ୍ୟରେ ମଧ୍ୟ ରହିଛି। କାରଣ ସଲମାନ ଖାନ୍ ସାଉଥ୍ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ଯେଉଁ କାରଣରୁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି।

ଟିଜର ଭିଡିଓ ସହିତ ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ମଧ୍ୟ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ଅଭିନେତାଙ୍କ ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି। ଏହାକୁ ସେୟାର କରି ସେ ଲେଖିଛନ୍ତି ‘ଗଡଫାଦର ଆସିଗଲେ’। ଚିରଞ୍ଜୀବୀଙ୍କୁ ଏହି ପୋଷ୍ଟରେ ସଂପୂର୍ଣ୍ଣ ରାଉଡି ଲୁକରେ ଦେଖିବାକୁ ମିଳିଛି।