ମୁମ୍ବାଇ,୨୧/୪ : ବଲିଉଡ଼ର ଭାଇଜାନ୍ । ନାଁ ହିଁ କାଫି । ଷ୍ଟାଇଲିସ୍ ଲୁକ୍ ଏବଂ ନିଜର ବଡି ଫିଟନେସ୍ ଲାଗି ସବୁବେଳେ ଟ୍ରେଣ୍ଡରେ ଥାଆନ୍ତି । ଏବେ ତାଙ୍କର ଅପକମିଂ ଫିଲ୍ମ ‘ମାତୃଭୂମୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ‘ମାତୃଭୂମୀ : ମେ ଓ୍ବାର ରେଷ୍ଟ ଇନ ପିସ’ ରହିଛି ତାଙ୍କର ଆଗାମୀ ବହୁପ୍ରତିକ୍ଷିତ ଫିଲ୍ମ । ପ୍ରଥମେ ଏହି ଫିଲ୍ମର ନାଁ ବ୍ୟାଟେଲ ଅଫ ଗଲଓ୍ବାନ ଥିଲା, ଯାହା ପରିବର୍ତ୍ତନ ହୋଇ ‘ମାତୃଭୂମୀ : ମେ ଓ୍ବାର ରେଷ୍ଟ ଇନ ପିସ’ କରାଯାଇଥିଲା । ଏହି ଫିଲ୍ମ ଲାଗି ସଲମାନ ଖାନ ସବୁଠାରୁ ଟପ୍ ଟ୍ରେନିଂକୁ ବାଛିଛନ୍ତି । ଏହାସହ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ଟ୍ରାନ୍ସଫର୍ମେଶନ କରିଛନ୍ତି।

ସୂଚନା ଅନୁସାରେ, ‘ସଲମାନ ଖାନ ଏହି ଫିଲ୍ମ ଲାଗି ଏକ ଭିନ୍ନ ପ୍ରକାରର ଫିଜିକାଲ ଟ୍ରାନ୍ସଫର୍ମେଶନ କରିଛନ୍ତି । ସେ ଲଦ୍ଦାଖର ଶୀର୍ଷ ଉପରେ ଟ୍ରେନିଂ କରିଛନ୍ତି । ଯେଉଁଠାରେ ସେ ବହୁ ଭାରି ଓଜନର ସେଶନ୍ସ ସହ ବିପଦପୂର୍ଣ୍ଣ ଡ୍ରିଲ୍ସ କରିଛନ୍ତି । ଲଦ୍ଦାଖର ୪୫ଦିନର ସିଡ୍ୟୁଲ ସମୟରେ ସଲମାନ ଖାନ ନିଜ ଫିଜିକୁ ମେଣ୍ଟେନ୍ ରଖିବା ଲାଗି ଓ୍ବାର୍କଆଉଟ୍ ଋଟିନ କରି ନେଇଥିଲେ । କାରଣ ଏତେ ଉଚ୍ଚତାରେ ଥିବା ସୁଟିଂ ଲୋକେଶନକୁ ଜିମ୍ ସେଟଅପ୍ ନେଇ ଯିବା ବହୁ ଅସୁବିଧା ଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାକି ସଲମାନ ଖାନ ଆହତ ସତ୍ବେ ବି ଏହି ସବୁ କାମ କରୁଥିଲେ । ଏଭଳି ପରିସ୍ଥିତିରେ ବି ପୂରା ଜି ଜାନ୍ ଲଗାଇ ଟ୍ରେନିଂ ନେଉଥିଲେ ।