ମୁମ୍ୱାଇ : ସଲମାନ ଖାନଙ୍କ ଘରେ ସବୁ ଧର୍ମକୁ ପାଳନ କରାଯାଏ। ଇଦ୍‌ ହେଉ କି ଦୀପାବଳି, ଘରେ ଉତ୍ସବର ମାହୋଲ ରହିଥାଏ। ତାଙ୍କର ମାଆ ସଲମା ଖାନଙ୍କର ସାଇ ବାବାଙ୍କ ଠାରେ ବହୁତ ବିଶ୍ୱାସ ରହିଛି , ଏପରି ବୟସାଧିକ ବେଳେ ବି ନିଜେ ଶିରିଡିରେ ପହଞ୍ଚିଛନ୍ତି। ସଲମା ଖାନଙ୍କର ନୂଆ ଫଟୋ ସାମନାକୁ ଆସିଛି , ଯେଉଁଥିରେ ତାଙ୍କୁ ଶିରିଡିର ସାଇ ମନ୍ଦିରରେ ବାବାଙ୍କର ମୂର୍ତ୍ତି ଦିଆଯାଉଛି। ଏହି ଫଟୋରେ ଅଭିନେତାଙ୍କ ଭଉଣୀ ଅଲବୀରା ଖାନ ଓ ତାଙ୍କର ସ୍ୱାମୀ ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ଅଛନ୍ତି।

ଶିରିଡିର ସାଇ ଧାମରେ ପହଞ୍ଚି ଥିବା ସଲମାନ ଖାନ ବାବାଙ୍କ ଦର୍ଶନ ପରେ ଫଟୋ ପୋଜ କରିବା ନଜର ଆସୁଛି। ମନ୍ଦିରର ଟ୍ରଷ୍ଟ ପକ୍ଷରୁ ବାବାଙ୍କର ହଳଦିଆ ଚୁନରୀ ଓ ତାଙ୍କର ଫଟୋ, ମୂର୍ତ୍ତୀରେ ସମ୍ମାନିତ କରାଯାଉଛି। ସଲମା ଖାନଙ୍କ ମଥାରେ ବାବାଙ୍କ ନାଁର ଟିକା ମଧ୍ୟ ଦେଖି ପାରିବେ। ଏହି ସବୁ ଫଟୋରେ ଅଭିନେତାଙ୍କ ଭଉଣୀ ଅଲବିରା ଓ ଅତୁଲ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।

ସଲମା ଖାନ ନିକଟରେ ପୁଅ ସଲମାନ ଖାନଙ୍କ ପାଇଁ ହୋଷ୍ଟ କରାଯାଇ ଥିବା ବାର୍ଥଡେ ସେଲିବ୍ରେସନରେ ସାମିଲ ହୋଇଥିଲେ। ତାଙ୍କୁ ଅମ୍ୱାନୀ ପରିବାର ସହ ଜାମନଗରରେ ଦେଖାଯାଇ ଥିଲା। ଗତ ସନ୍ଧ୍ୟାରେ ଖାନ ପରିବାର ମୁମ୍ୱାଇ ଫେରି ଆସିଛନ୍ତି ଏବଂ ଆଜି ସଲମା ଖାନ ବାବାଙ୍କ ଦର୍ଶନ ପାଇଁ ଶିରିଡି ଧାମରେ ପହଞ୍ଚିଛନ୍ତି। 


କହି ରଖୁଛୁ କି , ସଲମା ଖାନଙ୍କର ପ୍ରକୃତ ନାଁ ସୁଶୀଳା ଚରକ। ସେ ସଲିମ ଖାନଙ୍କୁ ୧୯୬୪ରେ ପରିବାର ବିରୋଧେର ଯାଇ ବିବାହ କରିଥିଲେ। ବିବାହ ପରେ ସେ ସୁଶୀଳାରୁ ସଲମା ହୋଇଗଲେ। ସଲମା ଖାନଙ୍କ ୪ଜଣ ପିଲା , ସେମାନଙ୍କ ମଧ୍ୟରେ ସଲମାନ ଖାନ ସବୁଠୁ ବଡ଼। ସଲମା ନିଜ ପୁଅଙ୍କ ସହ ସଉତୁଣୀ ହେଲେନଙ୍କର ମଧ୍ୟ ନିକଟତର। ନିକଟରେ ଉଭୟଙ୍କୁ ଡ୍ୟାନ୍ସ କରୁଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା।