PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସମବାୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମାଲକାନଗିରି ଗସ୍ତ, ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା…

ମାଲକାନଗିରି୧୮।୧୧ (ଆପ୍ର) :  ରାଜ୍ୟ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ  ସଂଜୀବ କୁମାର ଚଢା ଆଜି  ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲିଦେଖିବା ସହିତ ସମୀକ୍ଷା କରିଛନ୍ତି । ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ  ପ୍ରମୁଖ ଶାସନ ସଚିବ ଶ୍ରୀ ଚଢାଙ୍କ ସହ ଜିଲ୍ଲାପାଳ  ବିଶାଲ ସିଂ ,ଖଣ୍ଡୀୟ ବନ ଅଧିକାରୀ  ପ୍ରତାପ କୋଟାପଲ୍ଲୀ ,ଅତିରିକ୍ତ ଜିଲ୍ଲାପାଳ , ମହେଶ୍ବର ଚନ୍ଦ୍ର ନାଏକ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ  ରତ୍ନାକର ସାହୁ ଉପସ୍ଥିତ ରହି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ରାଜ୍ୟ ସରକାର ଶ୍ରୀ ଚଢାଙ୍କୁ ମାଲକାନଗିରି ଜିଲ୍ଲା ନିମନ୍ତେ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି କରିଛନ୍ତି । ଏହି ଅବସରରେ ସେ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଶେଷ ଗୁରୁତ୍ବ ଦେଉଛନ୍ତି । କୃଷିର ଉନ୍ନତି ନିମନ୍ତେ ସରକାର କ୍ରପ ଡାଇଭରସିଫିକେସନ ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି । ଯାହା ଫଳରେ ଆଗାମୀ ଦିନରେ ଏହି ଜିଲ୍ଲା ମାଣ୍ଡିଆ ଓ ପୁଷ୍ଟିକର ଶସ୍ୟ ଅମଦାନୀ କ୍ଷେତ୍ରରେ ଓଡିଶାରେ ଏକନମ୍ବର ହେବ । ସେ ଆହୁରି ମଧ୍ୟ କହିଥିଲେ ଯେ ପାକ୍ସ ଓ ଲାମ୍ପସରେ କୋର ବ୍ୟାଙ୍କ ବ୍ୟବସ୍ଥା ସହ  ସଂଯୋଗ ହେବାରେ ଓଡିଶା ଦେଶରେ ଆଗୁଆ ରହିଛି । ତେଣୁ କ୍ଷେତ୍ର ସ୍ତରରେ ଯେପରି କୌଣସି ଚାଷୀ ଅସୁବିଧାର ଶିକାର ନହୁଅନ୍ତି , ସେଥପ୍ରତି ଅଧିକାରୀ ମାନେ ତଦାରଖ କରନ୍ତୁ । ପ୍ରତି ପଞ୍ଚାୟତ ଏବଂ ବ୍ଲକରେ ବ୍ୟାଙ୍କ ଲୋନ କ୍ୟାମ୍ପ ମାନ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥନିମନ୍ତେ ଆଇଇସି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କୁ ସଚେତନତା ସୃଷ୍ଟି କରିବା ନିମନ୍ତେ କୁହାଯାଇଛି । ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ପ୍ରତ୍ୟେକ ପିଏଚସିରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଏଠାରେ ନିର୍ଦ୍ଦେଶ ଦିଆଯାଇଛି । ସେ ପ୍ରତି ଗ୍ରାମ ଏବଂ ହୋଷ୍ଟେଲ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଆରଓ ୱାଟରର ବ୍ୟବସ୍ଥା କରିବା ପାଇଁ ମଧ୍ୟ କହିଛନ୍ତି । ମତ୍ସ୍ୟ ସମ୍ପଦର ପ୍ରୋତ୍ସାହନ ନିମନ୍ତେ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ , ପିଏ ଆଇଟିଡିଏ , ତ୍ରିନାଥ ମାଝୀ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।