PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆଜି ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ, ୨ ବର୍ଷ ପରେ ଦର୍ଶନର ସୁଯୋଗ ପାଇବେ ଭକ୍ତ

ସମ୍ବଲପୁର, ୨୫/୦୯: ଆଜି ପବିତ୍ର ମହାଳୟା । ପିତୃ ତର୍ପଣର ଅନନ୍ୟ ପର୍ବ ଭାବେ ପରିଚିତ ଏହି ପବିତ୍ର ଦିନରେ ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ଦୀର୍ଘ ୨ ବର୍ଷ ପରେ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ମିଳୁଥିବାରୁ ମନ୍ଦିରରେ ଦିନତମାମ ଲକ୍ଷାଧିକ ଭକ୍ତଙ୍କ ଭିଡ ହେବାର ସମ୍ଭାବନା ରହିଛି । ତେବେ, ଭକ୍ତଙ୍କ ଭିଡକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ଭୋଗ ତଥା ଧୂପ ଦୀପକୁ ବାରଣ କରାଯାଇଛି ।

ଆଜି ମାଁ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହାକୁ ଗଙ୍ଗାବେଶ ବି କୁହାଯାଇଥାଏ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପରେ ଗଙ୍ଗା ଦର୍ଶନ କଲେ ପୂର୍ବପୁରୁଷଙ୍କୁ ମୋକ୍ଷପ୍ରାପ୍ତ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ, ଗଙ୍ଗା ଦର୍ଶନର ସୁଯୋଗ ସମସ୍ତଙ୍କୁ ମିଳୁନଥିବାରୁ ମାଁ ସମଲେଶ୍ୱରୀଙ୍କୁ ଗଙ୍ଗା ବେଶରେ ଦର୍ଶନ କଲେ ଅନୁରୂପ ଫଳ ମିଳିଥାଏ ବୋଲି କୁହାଯାଏ । ଏଥିପାଇଁ ପ୍ରତିବର୍ଷ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ । ଆଉ ଗତ ୨ ବର୍ଷ ଧରି କରୋନା ପାଇଁ ଭକ୍ତ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଏଥର ସୁଯୋଗ ମିଳିଥିବାରୁ ସମସ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଲାଗି ରହିଛି ।

ଶନିବାର ବିଳମ୍ବିତ ରାତିରୁ ପ୍ରାୟ ଅଢେଇଟା ପରେ ପୂଜକମାନେ ମାଁଙ୍କ ଦେହରୁ ସିନ୍ଦୁର ଛଡାଇ ସ୍ନାନ କରାଇ ଚନ୍ଦନ ଚର୍ଚ୍ଚିତା କରିଛନ୍ତି । ବିଭିନ୍ନ ପ୍ରକାରର ଅଳଙ୍କାରରେ ତଥା ଶୁଭ୍ର ବସ୍ତ୍ର ସହିତ ଶୁଭ୍ର ବେଶ ଧାରଣ କରିବେ ମାଁ । ଭୋର୍‌ ସାଢେ ୪ଟାରେ ମଙ୍ଗଳ ଆଳତୀ ପରେ ସାଢେ ୫ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ମାଁଙ୍କ ଦୁଆର ଖୋଲିଛି।

ଭକ୍ତଙ୍କ ଭିଡକୁ ଦେଖି ଭୋଗ ତଥା ଧୂପ ଦୀପ ବାରଣ କରାଯାଇଛି । ଭକ୍ତମାନେ ମନ୍ଦିରର ପଛପଟ ଦ୍ୱାରରୁ ପ୍ରବେଶ କରି ମାଁଙ୍କ ଦର୍ଶନ ପରେ ମୁଖ୍ୟ ଦ୍ୱାର ବାଟେ ବାହାରିବାର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପାଇଁ ମନ୍ଦିରର ପାର୍କିଂ ସ୍ଥାନରୁ ୫ଟି ଧାଡି ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରରେ ପରିସରରେ ଜଣେ ଡିଏସ୍‌ପି, ୩ ଇନ୍ସପେକ୍ଟରଙ୍କ ସମେତ ଏସ୍‌ଆଇ, ଏଏସ୍‌ଆଇ ମିଶି ୪ ସେକ୍ସନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବନ୍ଧିତ ଖବର