ବାରିପଦାରେ ଖୋଲିବ ସମଲେଶ୍ୱରୀ ହେଲ୍ଥ କେୟାର୍

ଭୁବନେଶ୍ୱର,୧୧ା୩(ବ୍ୟୁରୋ):ଦୀର୍ଘ ବର୍ଷ ଧରି ଲୋକଙ୍କ ବାକ୍ ଓ ଶ୍ରବଣ ସମସ୍ୟାର ସମାଧାନ ଦିଗରେ ଉତ୍କର୍ଷତା ପ୍ରତିପାଦନ କରି ଆସିଥିବା ସମଲେଶ୍ୱରୀ ହେଲ୍ଥ କେୟାର ଖୁବ୍ ଶୀଘ୍ର ବାରିପଦାରେ ଏହାର ନୂତନ ଶାଖା ଖୋଲିବାକୁ ଯାଉଛି । କଟକ, ଭୁବନେଶ୍ୱର ଓ ସମ୍ୱଲପୁରରେ ସଫଳତା ହାସଲ ପରେ ଏବେ ବାରିପଦାରେ ନୂଆ ଶାଖା ଖୋଲୁଛି । ମୟୂରଭଞ୍ଜ, ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର ସାଧାରଣ ଲୋକଙ୍କ ହାତ ପାହାନ୍ତାରେ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବାରିପଦାର ହସ୍ପିଟାଲ ରୋଡ୍ ନିକଟ ଲାଲ୍ ବଜାରଠାରେ ସମଲେଶ୍ୱରୀର ନୂତନ ଶାଖା ଖୋଲୁଛି । ଏଠାରେ ନବଜାତ ଶିଶୁଙ୍କଠାରୁ ପ୍ରାପ୍ତ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଶ୍ରବଣ ସମସ୍ୟାର ସମାଧାନ ରହିବ । ବିଶ୍ୱର ନାମୀଦାମୀ କମ୍ପାନିର ଶ୍ରବଣ ଯନ୍ତ୍ର ଏଠାରେ ବେଶ୍ ସୁଲଭ ମୂଲ୍ୟରେ ମିଳିପାରିବ । ଉଦ୍ଘାଟନୀ ଅଫର୍ ଭାବେ ମାଗଣା ଶ୍ରବଣ ପରୀକ୍ଷା ଓ ପରାମର୍ଶ ସାଙ୍ଗକୁ ଆକର୍ଷଣୀୟ ରିହାତି ଓ ଏକ୍ସଚେଞ୍ଜ୍ ସୁବିଧା ନୂଆ ଶାଖାରେ ଉପଲବ୍ଧ ହେବ ବୋଲି ସମଲେଶ୍ୱରୀ ହେଲ୍ଥ୍ କେୟାରର ନିର୍ଦ୍ଦେଶକ ସମୀର କୁମାର ନାୟକ ପ୍ରକାଶ କରିଛନ୍ତି ।