PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଫିଲ୍ମ ସୁଟିଂ ସମୟରେ ନଦୀରେ ଖସି ପଡିଲେ ସାମନ୍ଥା ଓ ବିଜୟ, ଆହାତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୨୪/୦୫: ସାଉଥ୍ ସୁପରଷ୍ଟାର୍ ସାମନ୍ଥା ଏବଂ ବିଜୟ ଦେବରାକୋଣ୍ଡା କାଶ୍ମୀରରେ ସେମାନଙ୍କର ଆଗାମୀ ଫିଲ୍ମ ‘କୁଶି’ର ସୁଟିଂ ଶେଷ କରିଛନ୍ତି। ଏକ ଫଟୋ ପୋଷ୍ଟ କରି ଫିଲ୍ମର ନିର୍ଦ୍ଦେଶକ ଶିବ ନିର୍ବାଣ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ, ଫିଲ୍ମ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି। ଯାହା ଶୁଣି ଉଭୟଙ୍କ ଫ୍ୟାନ୍ସ ଚିନ୍ତିତ ହୋଇ ପଡିଛନ୍ତି।

ସୂଚନା ଅନୁଯାୟୀ, ଷ୍ଟଣ୍ଟ ସୁଟିଂ ସମୟରେ ସାମନ୍ଥା ଏବଂ ବିଜୟଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ସେମାନେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।

ବିଜୟଙ୍କ ଟିମ୍‌ର ଜଣେ ସଦସ୍ୟ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, କାଶ୍ମୀରର ପହଲଗାମ ଅଞ୍ଚଳରେ ‘ସାମନ୍ଥା ଏବଂ ବିଜୟ ଏକ ଷ୍ଟଣ୍ଟ୍ ସିକ୍ୱେନ୍ସ କରୁଥିଲେ। ଯେଉଁଥିରେ ସେମାନେ ଆହତ ହୋଇଥିଲେ, ଏହି ସିନ୍ ବହୁତ କଷ୍ଟସାଧ୍ୟ ଥିଲା। ଦୁହିଁଙ୍କୁ ଲିଡର ନଦୀର ଉଭୟ ପାର୍ଶ୍ୱରେ ବନ୍ଧା ହୋଇଥିବା ଏକ ଦଉଡି ଉପରେ ଗାଡି ଚଳାଇବାର ଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଗାଡିଟି ଗଭୀର ପାଣିରେ ପଡ଼ିଯାଇଥିଲା ଏବଂ ତାଙ୍କ ପିଠିରେ ଆଘାତ ଲାଗିଥିଲା। ଯାହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।

ଖବର ଅନୁଯାୟୀ, ଏହି ଦୁର୍ଘଟଣା ପରେ ଉଭୟ ଷ୍ଟାର ମଧ୍ୟ ସୁଟିଂକୁ ଫେରିଥିଲେ। ସେମାନଙ୍କି ଶ୍ରୀନଗରର ଡାଲ ହ୍ରଦରେ ସୁଟିଂ କରିବାର ଥିଲା। କିନ୍ତୁ ସୁଟିଂ ସମୟରେ ଉଭୟଙ୍କ ପିଠିରେ ବହୁତ ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କୁ ଡାଲ ହ୍ରଦ ନିକଟରେ ଥିବା ହୋଟେଲକୁ ନିଆଯାଇଥିଲା ଏବଂ ସେଠାରେ ଫିଜିଓଥେରାପିଷ୍ଟଙ୍କୁ ଡକାଯାଇଥିଲା, ବର୍ତ୍ତମାନ ଉଭୟଙ୍କ ଫିଜିଓଥେରାପି ଚାଲିଛି।