PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ନାଗା ଚୈତନ୍ୟଙ୍କ ସହ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ସାମନ୍ଥା, କହିଲେ-‘ସାହାସର ସହ ଚ୍ୟାଲେଞ୍ଜ୍‌କୁ ସାମ୍ନା କରିଛି’

hindustantimes

ନୂଆଦିଲ୍ଲୀ ୩୧/୦୩: ସାଉଥ୍‌ ଷ୍ଟାର୍‌ ସମନ୍ଥା ରୁଥ୍‌ ପ୍ରଭୁଙ୍କର ବଲିଉଡ୍‌ରେ ଫ୍ୟାନ୍‌ଙ୍କ ତାଲିକା ଲମ୍ବିଛି । ‘ଦ ଫ୍ୟାମିଲି  ମ୍ୟାନ୍‌’ ସିଜନ୍‌-୨ରେ ନେଗେଟିଭ୍‌ ଚରିତ୍ରରେ ସେ ନଜର ଆସିଥିଲେ । ଏଥିରେ ସେ  ମନୋଜ ବାଜପେୟୀଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ । ଖୁବ୍‌ଶୀଘ୍ର ସ୍ପାଇ ସିରିଜ୍‌  ସିଟାଡେଲ୍‌ରେ ସେ ବରୁଣ ଧୱନଙ୍କ ଅପୋଜିଟ୍‌ରେ ନଜର ଆସିବେ । ବିଜୟ  ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ଖୁସି’ରେ ମଧ୍ୟ ସେ କାମ କରିବେ ।  ତେବେ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେଉଛନ୍ତି ସମନ୍ଥା । 

ନିକଟରେ ନାଗା ଚୈତନ୍ୟଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ଚର୍ଚ୍ଚାର ବିଷୟ  ହୋଇଥିଲା । ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେହି  ଚ୍ୟାଲେଞ୍ଜ୍‌ ବିଷୟରେ ସେ ଖୋଲାଖୋଲି ଆଲୋଚନା କରିଛନ୍ତି ।  ସେ ସମୟ କେମିତି ତାଙ୍କ ପାଇଁ ଜଟିଳ ଥିଲା, ସେ  କହିଛନ୍ତି । ସେତେବେଳେ ତାଙ୍କ ମନକୁ ଅନେକ ଖରାପ  ବିଚାର ଆସିଥିଲା । କିନ୍ତୁ ସେ ନିଜକୁ ବରବାଦ୍‌ କରିବାକୁ  ଦେଇନଥିଲେ । ଗୋଟିଏ ପାଦ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସ୍ଥିର କଲେ । ଏହି ଜଟିଳ ସମୟରେ ଅନେକ  ପାଖ ଲୋକ ତାଙ୍କ ସହିତ ଠିଆ ହେଲେ, ଯେଉଁଥିପାଇଁ  ସେ ନିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି ।

 ତେବେ ଏବେ ବି ସେ ଏଥିରୁ ସମ୍ପୂର୍ଣ୍ଣ ବାହାରି  ପାରିନାହାନ୍ତି । କିନ୍ତୁ ସେ ସମୟର ଦୁଃଖ ବହୁତ  କମିଯାଇଛି । କାମକୁ ଅଧିକ ଫୋକସ୍‌ କରି ସମନ୍ଥା  ବେଶ ସାହସିକତା ପ୍ରଦର୍ଶନ କରିଛନ୍ତି, ଯାହା  ଜରିଆରେ ସେ ଦୁଃଖରୁ ଅନେକାଂଶରେ ବାହାରି  ପାରିଛନ୍ତି । ତାଙ୍କ ମତରେ, ଗୁରୁତ୍ୱପୂର୍ଣ୍ଣ କଥା  ହେଉଛି କଠିନ ମୁହୂର୍ତ୍ତ ଚାଲିଯାଏ, ତେଣୁ  ସେଥିରେ ଫସି ରହିବା ଆଦୌ  ଉଚିତ୍‌ ନୁହେଁ ।