ମୁମ୍ବାଇ: ଆଇଆରଏସ ଅଧିକାରୀ ସମୀର ୱାଙ୍ଖଡେ ଦିଲ୍ଲୀ ହାଇକୋର୍ଟରେ ଏକ ମାନହାନି ମାମଲା ଦାୟର କରିଛନ୍ତି । ଏହି ମାମଲା ଅଭିନେତା ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ କମ୍ପାନୀ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଏବଂ ଅନ୍ୟାନ୍ୟ ପକ୍ଷଙ୍କ ବିରୁଦ୍ଧରେ ଦାୟର କରାଯାଇଛି ସମୀର ୱାଙ୍ଖଡେ ଅଭିଯୋଗ କରିଛନ୍ତି ଯେ, ରେଡ୍ ଚିଲିଜ୍ ଦ୍ୱାରା ନିର୍ମିତ ଏବଂ ନେଟଫ୍ଲିକ୍ସରେ ପ୍ରସାରିତ ୱେବ୍ ସିରିଜ୍ ବ୍ୟାଡ୍ସ ଅଫ୍ ବଲିଉଡ୍ ମିଥ୍ୟା, ଦୂଷିତ ଏବଂ ମାନହାନି କରୁଛି

 

ଏହି ସିରିଜ୍ ନିଶା ନିବାରଣ ଏଜେନ୍ସିଗୁଡ଼ିକର ଏକ ନକାରାତ୍ମକ ଏବଂ ଭ୍ରାମକ ପ୍ରତିଛବି ଉପସ୍ଥାପନ କରୁଛି ହା ଆଇନ ପ୍ରବର୍ତ୍ତନ ସଂସ୍ଥା ଉପରେ ସାଧାରଣ ଲୋକଙ୍କ ବିଶ୍ୱାସକୁ ହ୍ରାସ କରୁଛି ୱାଙ୍ଖଡେ କହିଛନ୍ତି ଯେ, ଏହି ସିରିଜ୍ ଜାଣିଶୁଣି ତାଙ୍କ ପ୍ରତିଷ୍ଠାକୁ ଖରାପ କରିବା ପାଇଁ ତିଆରି କରାଯାଇଛି ଏବେ ସମୀର ୱାଙ୍ଖଡେ ବନାମ ଆର୍ଯ୍ୟନ୍ ଖାନ ମାମଲା ବମ୍ବେ ହାଇକୋର୍ଟ ଏବଂ ମୁମ୍ବାଇର NDPS ସ୍ୱତନ୍ତ୍ର କୋର୍ଟରେ ବିଚାରାଧୀନ ଅଛି

 

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଅଭିନୀତି ୱେବ୍ ସିରିଜରେ ସତ୍ୟମେବ ଜୟତେ ଉଚ୍ଚାରଣ କରିବା ପରେ ଏକ ଅଶ୍ଳୀଳ ଇଙ୍ଗିତ କରାଯାଇଛି । ଏହି କାର୍ଯ୍ୟ ଜାତୀୟ ପ୍ରତୀକ ପ୍ରତି ଅପମାନ ଏବଂ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ର ଉଲ୍ଲଂଘନ ୱେବ୍ ସିରିଜବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା (BNS) ର ବିଭିନ୍ନ ଧାରା ଉଲ୍ଲଂଘନ କରୁଛି ବୋଲି ସମୀର ୱାଙ୍ଖଡେ ଅଭିଯୋଗ କରିଛନ୍ତି  । ମାନହାନି ମକଦ୍ଦମା କରି ସେ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଆଉ ଏହି ଅର୍ଥ ଯାହା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେମୋରିଆଲ୍ କର୍କଟ ହସ୍ପିଟାଲକୁ ଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି