PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ନିଶାରାଣୀ ‘ସମିତା’ ଗିରଫ, ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର,୭ ।୨(ବ୍ୟୁରୋ): ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନ୍‌ସୁଗର । ଭୁବନେଶ୍ୱର ଅବକାରୀ ଟିମ୍‌ ଖଣ୍ଡଗିରି ଅଞ୍ଚଳରୁ ବ୍ରାଉନ୍‌ସୁଗର ଜବତ କରିବା ସହ ନିଶାରାଣୀ କୁହା ଯାଉଥିବା ସମିତା ମହାନ୍ତିଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କାର ବ୍ରାଉନ୍‌ସୁଗର ଓ ୫ ହଜାର ଟଙ୍କା ଜବତ ହୋଇଛି । ତେବେ ଚଢ଼ଉ ବେଳେ ସମିତାଙ୍କ ସ୍ୱାମୀ ସତ୍ୟଜିତ ସାମଲ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।
ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମିତା ଓ ତାଙ୍କ ସ୍ୱାମୀ ପ୍ରାୟ ବର୍ଷେ ହେବ ଖଣ୍ଡଗିରିବାରୀ ପ୍ଲଟ୍‌ ନଂ-୮୮୮୨ରେ ଭଡ଼ାରେ ରହି ବ୍ରାଉନ୍‌ସୁଗର କାରବାର କରି ଆସୁଥିଲେ । ସେମାନେ ଖୋର୍ଦ୍ଧାରୁ ବ୍ରାଉନ୍‌ସୁଗର ଆଣି ଖଣ୍ଡଗିରି ଅଞ୍ଚଳରେ କାରବାର କରୁଥିଲେ । ସତ୍ୟଜିତ ବାଇକ୍‌ରେ ବୁଲି ହୋମ୍‌ ଡେଲିଭରି କରୁଥିବା ବେଳେ ସମିତା ଘରେ ବିକ୍ରି କରନ୍ତି । ଅବକାରୀ ଟିମ୍‌ ଏହି ଦମ୍ପତିଙ୍କୁ ଟାର୍ଗେଟ୍‌ କରିଥିଲା । ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଆଜି ସକାଳେ ଭୁବନେଶ୍ୱର ଅବକାରୀ ଟିମ୍‌ ସମିତାଙ୍କ ଘରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ସତ୍ୟଜିତ ଘର ପଛପଟ ପାଚେରି ଡେଇଁ ଫେରାର୍‌ ହୋଇ ଯାଇଥିଲେ । ଅବକାରୀ ଟିମ୍‌ ଘର ଭିତରୁ ସମିତାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨୧ ଗ୍ରାମ ବ୍ରାଉନ୍‌ସୁଗର ଓ ୫ ହଜାର ଟଙ୍କା ଜବତ କରିଥିଲେ । ଅପରାହ୍ଣରେ ସମିତାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆ ଯାଇଛି । ସତ୍ୟଜିତଙ୍କୁ ଗିରଫ କରିବା ପାଇଁ ଅବକାରୀ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛନ୍ତି ।
ଏଠାରେ ସୂଚନା ଥାଉକି, ଭୁବନେଶ୍ୱର ଅବକାରୀ ଟିମ୍‌ ୪ ତାରିଖରେ ନାକାଗେଟ୍‌ ଛକରୁ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଥିଲା । ଗିରଫ ବେପାରୀ ହେଲେ ପାତ୍ରପଡ଼ାର ମୁନା ସେଠୀ ଓ ଘାଟିକିଆର ରାଘବ ଦାସ । ଉଭୟଙ୍କୁ ଜେରା କରି ପୁଲିସ ସମିତା ଓ ସତ୍ୟଜିତଙ୍କ ବିଷୟରେ ଜାଣିବାକୁ ପାଇଥିଲା । ଆଜିର ଏହି ଚଢ଼ଉରେ ଭୁବନେଶ୍ୱର ଅବକାରୀ ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍‌ଆଇ ଏସ୍‌ ସି ସାମନ୍ତ, ସୁଜିତ ମୁଦୁଲି ଓ ଅନ୍ୟମାନେ ସାମିଲ୍‌ ଥିଲେ ।