ମୁମ୍ବାଇ,୦୭/୦୧: ଦ୍ବିତୀୟ ଥର ପାଇଁ ମାଆ ହେଲେ ବିଗ୍ ବସ୍ -୬ ପ୍ରତିଯୋଗୀ ତଥା ଟେଲି ଅଭିନେତ୍ରୀ ସନା ଖାନ୍। ଏନେଇ ସେ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ସୂଚନା ଦେଇଛନ୍ତି। ତେବେ ସନା ଏବଂ ଅନାସ ପୂର୍ବରୁ ପୁତ୍ର ସନ୍ତାନର ପିତାମାତା ଅଟନ୍ତି ।

ତେବେ ସୋମବାର ଦିନ ସନା ଖାନ ତାଙ୍କ ଦ୍ୱିତୀୟ ପୁଅର ଜନ୍ମର ଖୁସି ଖବର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସନା ଏବଂ ଅନାସ ସୟଦଙ୍କ ଦ୍ୱିତୀୟ ପୁଅ ୫ ଜାନୁୟାରୀ ୨୦୨୫ରେ ଜନ୍ମଗ୍ରହଣ କରିଥିଲେ।  ଜୁଲାଇ ୨୦୨୩ରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନଙ୍କୁ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ସନା ତାଙ୍କ ୟୁଟ୍ୟୁବ୍ ବ୍ଲଗରେ ଗର୍ଭଧାରଣ ବିଷୟରେ ମଧ୍ୟ କହିଥିଲେ। ସାରାର ଏହି ପୋଷ୍ଟରେ ଅରବାଜ ଖାନଙ୍କ ପତ୍ନୀ ଶୁରା ଖାନ ପ୍ରତିକ୍ରିୟା ଦେଇଛନ୍ତି।  ସନା ଖାନ ୨୦୨୦ରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅବସର ନେଇଥିଲେ। ଏହା ପୂର୍ବରୁ ସେ ଅନେକ ଚଳଚ୍ଚିତ୍ର ଏବଂ ଶୋ’ରେ ଅଭିନୟ କରିଥିଲେ। ସନା ଖାନ ଏବଂ ମୁଫତି ଅନାସ ସୟଦ ୨୧ ନଭେମ୍ବର ୨୦୨୦ରେ ସୁରଟରେ ବିବାହ କରିଥିଲେ।  ସନା ଖାନ୍ ବିଗ୍ ବସ୍ ୬ ରେ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ ।