PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଲାପଟପ୍ ବିକ୍ରି କରିବାକୁ ଯାଇ ବନ୍ଧା ହେଲେ ଚୋର, ଜବତ ହେଲା ବିଭିନ୍ନ ବୈଦ୍ୟୁତିକ ଉପକରଣ…

ସାନଖେମୁଣ୍ଡି ୧୮/୧୧ : ଲାପଟପ ବିକ୍ରି କରିବାକୁ ଯାଇ ବନ୍ଧା ହେଲେ ଚୋର। ଚୋରି କରିଥିବା ନେଇ ସବୁ ସତ କଥା ପୋଲିସ ଆଗରେ ସ୍ବିକାର କରିଛନ୍ତି । ଟାର୍ଗେଟରେ ମନ୍ଦିର, ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଥିଲା ବୋଲି କହିଛନ୍ତି । ତେବେ ମାସ ମାସ ଧରି ବିଭିନ୍ନ ଥାନା ଅଞ୍ଚଳରେ ଚୋରି କରି ପୋଲିସକୁ ଚକମା ଦେଉଥିଲେ ଏମାନେ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ଦିର୍ଘ ଦିନ ଧରି ବିଭିନ୍ନ ଥାନା ଅଞ୍ଚଳରେ ବାରମ୍ବାର ହେଉଥିଲା ଚୋରି। ଏନେଇ ହିଞ୍ଜିଳି ଥାନା ପୋଲିସ ଜଣେ ଚୋରକୁ ଗିରଫ କରିବା ସହ ଚୋରି ସାମଗ୍ରୀ ବିକ୍ରି କରିବାରେ ସହଯୋଗ କରୁଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜରଡ଼ା ଥାନା ପାତ୍ରପୁର ଚନ୍ଦ୍ର ଶେଖର ବାଡ଼ତ୍ୟ ଏବଂ ତା ସହଯୋଗୀ ପୁରୀର ବ୍ରହ୍ମଚାରୀ ପ୍ରଧାନ, ପାଟପୁର ଥାନା ସୁମୁତପୁର ଶ୍ରୀକାନ୍ତ ସାବତ । ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜରଡ଼ା ଥାନା ପାତ୍ରପୁର ଚନ୍ଦ୍ର ଶେଖର ବାଡ଼ତ୍ୟ ହିଂଜିଲି ଥାନା ଅଞ୍ଚଳରେ ଚୋରି କରି ଆଣିଥିବା ଗୋଟିଏ ଲାପଟପକୁ ବିକ୍ରି କରିବାକୁ ଆଣିଥିଲା । ବିଶେଷ ସୂତ୍ର ରୁ ଖବର ପାଇ ହିଞ୍ଜିଳି ପୋଲିସ ଆଡ଼ପଡାରେ ପହଞ୍ଚି ଚନ୍ଦ୍ରକୁ କାବୁ କରିବାରେ ସକ୍ଷମ ହୋଇଥିଲା । ତାପରେ ସବୁ ସତ କଥା ଉଗାଳି ଥିଲା ଚୋର ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୧୪ ଟି ମାମଲା, ବ୍ରହ୍ମପୁର ସଦର ଥାନା ରେ ୪ ଟି, ହିଂଜିଲି ଥାନା ରେ ୩ ଟି, ପାଟପୁର ଥାନାରେ ୪ ଟି,ଦି ଗପହଣ୍ଡି ଥାନାରେ ଗୋଟିଏ ଚୋରି ମାମଲା ରେ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ପିକେ ଦଳେଇ । ଚୋର ଠାରୁ ପାଞ୍ଚଟି ଲାପଟପ, ଦୁଇଟି ସିପିୟୁ, ଦୁଇଟି ମନିଟର, ଗୋଟିଏ ପ୍ରିଣ୍ଟର, ଗୋଟିଏ ଏସି, ତିନୋଟି LCD ଟିଭି, ଛଅ ଟି ଆଂପ୍ଲି ଫାୟର, ପାଞ୍ଚଟି ପମ୍ପସେଟ, ଗୋଟିଏ ମୋବାଇଲ, ଗୋଟିଏ କ୍ୟାମେରା, ସିସିଟିଭି ହାର୍ଡ଼ିସ୍କ ଏବଂ ଚୋରି ପାଇଁ ବ୍ୟବହାର କରୁଥିବା ଯନ୍ତ୍ରପାତି ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ରୁ ଅଧିକ ବୋଲି ଜଣା ପଡ଼ିଛି । ଆଜି ହିଞ୍ଜିଳି ଥାନା ପରିସରରେ ହୋଇଥିବା ଏହି ସମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି, ଆସିକା ଏସଡିପିଓ ଉମା ଶଙ୍କର ସିଂ, ହିଂଜିଲି ଆଇଆଇସି ଅଭିମନ୍ୟୁ ଦାସ, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ, ଶେରଗଡ଼ ଆଇଆଇସି ମନୋଜ ପ୍ରଧାନ ଉପସ୍ଥିତ ଥିଲେ ।