PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ମଧ୍ୟାହ୍ନ ଭୋଜନରେ ଗୋଡି ଓ ପୋକ, ଛାତ୍ରଛାତ୍ରୀଙ୍କୁ ଅସ୍ବାସ୍ଥ୍ୟକର ଖାଦ୍ୟ ମିଳୁଥିବା ଅଭିଯୋଗ…

ସାନଖେମୁଣ୍ଡି ୨୨/୦୯: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସାରୁ ଗ୍ରାମପଚାଂୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାଣ ହୋଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଫଟୋ ଓ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ମହଲରେ ଅଭିଯୋଗ ହୋଇଛି । ତେବେ ଗଣଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ଏପରି ଅଭିଯୋଗକୁ ବାରମ୍ବାର ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁଯାଇ ସାରୁ ଗ୍ରାମପଚାଂୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆସିଥିବା ମଧ୍ୟାହ୍ନ ଭୋଜନ ଯୋଗାଣ ଖାଦ୍ୟ ବଣ୍ଟନ ବେଳେ ଡାଲମାରେ ପୋକ ଭାସୁଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ । ସେତେବେଳକୁ ଅନେକ ଖାଇ ଦେଇଥିଲେ । ଆଉ କିଛି ଛାତ୍ରଛାତ୍ରୀ ଘରକୁ ଖବର ଦେଇଥିଲେ । ଖବର ପାଇ ପରିଚାଳନା ସଭାପତି ସୁନିଲ କୁମାର ପାଢୀ ଓ ୱାର୍ଡ଼ ମେମ୍ବର ପ୍ରଶାନ୍ତ କୁମାର ପାଢୀ କିଛି ଅଭିଭାବକ ସହ ଵିଦ୍ୟାଳୟରେ ପହଚିଂ ଖାଦ୍ୟ ରେ ପୋକ ଭାସୁଥିବା ଦେଖିଥିଲେ । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରାଙ୍କ ସହ ଆଲୋଚନା କରିଥିଲେ । ଏ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରଧାନ ଶିକ୍ଷକ ବେହେରା କହିଛନ୍ତି।

 କିଛି ଦିନ ତଳେ ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନ ଭୋଜନରେ ଗୋଡି ଓ ପୋକ ବାହାରିବା ପରେ ସ୍ଥାନୀୟ ଅଭିଭାବକ ଉକ୍ତ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା । ପ୍ରାୟ ୨୫ କିମି ଦୂର ବ୍ରହ୍ମପୁର ଠାରୁ ଏହି ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ବେଳେ ବେଳେ ଖାଦ୍ୟ ଆସୁଥିବା ପାତ୍ରର ଘୋଡ଼ଣୀ ନ ଥିବା ନିମ୍ନ ମାନର ଖାଦ୍ୟ ଯୋଗାଣ ହେଉଛି। ଅଭିଯୋଗ କରାଯାଉଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଉନଥିବା ଅବିଭାବକ ମହଲରେ ଅଭିଯୋଗ ହୋଇଛି । ଏହାର ଉଚସ୍ତରୀୟ ତଦନ୍ତ ହେବା ପାଇଁ ଅଭିଭାବକ ଓ ସ୍କୁଲ ର ପରିଚାଳନା କମିଟି ଦାବି କରିଛନ୍ତି ।