PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସାଙ୍ଗର ମୃତ୍ୟୁ ଖବର ଶୁଣି ପ୍ରାଣ ହରାଇଲା ସାଙ୍ଗ, ଗାଁ ମଶାଣିରେ ଏକାଠି ଜଳିଲା ଜୁଇ

ଭାପୁର ୦୮/୦୮: ମାଧପୁର ଗ୍ରାମର ଦୁଇ ପିଲା ଦିନର ସାଙ୍ଗ ପ୍ରଦୀପ ସାହୁ(୫୦) ଓ ଘନଶ୍ୟାମ ବାରିକ(୫୦)ଙ୍କ ଗୋଟିଏ ଦିନରେ ଗ୍ରାମ ଶ୍ମଶାନରେ ଜୁଇ ଜଳିବା ଭାପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମାଧପୁର ଗ୍ରାମର ଅଚ୍ୟୁତ ସାହୁଙ୍କ ପୁଅ ପ୍ରଦୀପ ବଲାଙ୍ଗୀରରେ କିଡ୍‌ନୀ ରୋଗରେ ମୃତ୍ୟୁ ହୋଇଥିବା ବେଳେ ସେହି ଗ୍ରାମର ପିଲା ଦିନର ସାଙ୍ଗ ତଥା ପାଣ୍ଡବ ବାରିକଙ୍କ ପୁଅ ଘନଶ୍ୟାମ ତେଲେଙ୍ଗାନା ରାଜ୍ୟରେ ପ୍ରାଣ ହରାଇଥିଲେ ।

ଘନଶ୍ୟାମଙ୍କର ମୃତ୍ୟୁ ଶନିବାର ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଖବର ଶୁଣି ପ୍ରଦୀପ ରବିବାର ପ୍ରାଣ ହରାଇଥିଲେ । ଉଭୟଙ୍କୁ ରବିବାର ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା । ଉଭୟେ ପିଲାଦିନରୁ ସାଙ୍ଗ ହୋଇ ଖେଳକୁଦଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସାଥୀ ହୋଇ ସମାପନ କରିଥିଲେ । ଜୀବିକା ପାଇଁ ଜଣେ ତେଲେଙ୍ଗାନା ରାଜ୍ୟରେ ଓ ଜଣେ ବଲାଙ୍ଗୀରରେ ରହୁଥିଲେ । ମାତ୍ର ସାଙ୍ଗର ମୃତ୍ୟୁ ଖବର ଶୁଣି ଆଉ ଜଣେ ସାଙ୍ଗ ପ୍ରାଣ ହରାଇବା ଘଟଣା ଭାପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।