PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଟେନିସକୁ ଫେରିବେ ସାନିଆ

ନୂଆଦିଲ୍ଲୀ,୯ା୨(ଏଜେନ୍ସି): ଭାରତର ସଫଳ ମହିଳା ଟେନିସ୍‌ ଖେଳାଳି ସାନିଆ ମିର୍ଜା ଦୀର୍ଘ ୨ ବର୍ଷର ଅବ୍ୟାହତି ପରେ ପୁଣି ଥରେ ଟେନିସ କୋର୍ଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୭ ଅକ୍ଟୋବରରେ ଅନୁଷ୍ଠିତ ଚାଇନା ଓପନ୍‌ରେ ସାନିଆଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ଏହାପରେ ଆଣ୍ଠୁରେ ଆଘାତ ଯୋଗୁଁ ସେ ଟେନିସରୁ ଓହରିଯାଇଥିଲେ । ଗତ ବର୍ଷ ଅକ୍ଟୋବରରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଇତି ମଧ୍ୟରେ ସାନିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । କେବଳ ଫିଟ୍‌ନେସ୍‌ ଫେରି ପାଇବା ପାଇଁ ସେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ସେ ପେସାଦାର ଟେନିସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ସାନିଆ କହିଛନ୍ତି ଯେ, ମୁଁ ଜଣେ ଖେଳାଳି । ଟେନିସ୍‌ ମୋର ପ୍ରଥମ ପସନ୍ଦ । ମୋ ପାଇଁ ଟେନିସ୍‌ ଜଗତକୁ ନଫେରିବା ମୃତ୍ୟୁ ସହ ସମାନ । ବର୍ତ୍ତମାନ ମୁଁ ଓଜନ କମାଇ ସାରିଛି ।

କେବଳ ମ୍ୟାଚ୍‌ ଫିଟ୍‌ନେସ୍‌ ପାଇଁ ପ୍ରସ୍ତୁତି ଚଳାଇଛି । ବର୍ଷ ଶେଷ ବେଳକୁ ମୁଁ କୋର୍ଟରେ ଲଢେଇ କରିବାକୁ ଆଶା ରଖିଛି । ଇତି ମଧ୍ୟରେ ସାନିଆ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । କେବଳ ଫିଟ୍‌ନେସ୍‌ ଫେରି ପାଇବା ପାଇଁ ସେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ସେ ପେସାଦାର ଟେନିସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ସାନିଆ କହିଛନ୍ତି ଯେ, ମୁଁ ଜଣେ ଖେଳାଳି । ଟେନିସ୍‌ ମୋର ପ୍ରଥମ ପସନ୍ଦ । ମୋ ପାଇଁ ଟେନିସ୍‌ ଜଗତକୁ ନଫେରିବା ମୃତ୍ୟୁ ସହ ସମାନ । ବର୍ତ୍ତମାନ ମୁଁ ଓଜନ କମାଇ ସାରିଛି । କେବଳ ମ୍ୟାଚ୍‌ ଫିଟ୍‌ନେସ୍‌ ପାଇଁ ପ୍ରସ୍ତୁତି ଚଳାଇଛି । ବର୍ଷ ଶେଷ ବେଳକୁ ମୁଁ କୋର୍ଟରେ ଲଢେଇ କରିବାକୁ ଆଶା ରଖିଛି ।

ସମ୍ବନ୍ଧିତ ଖବର