ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା : ଦରମା ବୃଦ୍ଧି , ସରକାରୀ ଛୁଟି ଓ ସଫେଇ ସାମଗ୍ରୀ ଯୋଗାଇବା ନେଇ ଦାବି

Published By : Prameya | April 4, 2025 8:35 PM

ମାଲକାନଗିରି : ଆଜି ( ଶୁକ୍ରବାର) ମାଲକାନଗିରି ପୌର ପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ଦେଇଛନ୍ତି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା। ଦୀର୍ଘ ତିନି ମାସ ଧରି ସଫେଇ ଠିକା ନେଇଥିବା ଏଲଏଣ୍ଡକେ ସର୍ଭିସ୍ ଠିକ୍ ସମୟରେ ଦରମା ପ୍ରଦାନ ନକରିବା ସହ ସଫେଇ କୀଟ୍‌ (ସାମଗ୍ରୀ ) ପ୍ରଦାନ ନକରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରୁ ନଥିବା ଭଳି ଅଭିଯୋଗ ମାନ ବାଢି ଥିଲେ ସଫେଇ କର୍ମଚାରୀ ସମୂହ। ଯାହା ଦ୍ଵାରା ସଫେଇ କାର୍ଯ୍ୟବନ୍ଦ ରହିବା ସହିତ ଆଗାମୀ ଦିନରେ ଏହି ସବୁ ଦାବି ପୂରଣ କରିବାକୁ ଦାବି ଦୋହରାଇ ଥିଲେ। 

ଏ ବିଷୟରେ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ପୌର ପରିଷଦ ପକ୍ଷରୁ ଏଲଏଣ୍ଡକେ ସର୍ଭିସ ସଂସ୍ଥାକୁ ଏ ବିଷୟରେ ଅବଗତ କରାଯାଇଛି। ଏହା ସହ ସଫେଇ କର୍ମଚାରୀଙ୍କୁ ସେଫ୍ଟି କିଟ୍‌ ଯୋଗାଇ ଦେବା, ସଫେଇ କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟ ଠିକ୍ ଭାବେ ପରିଚାଳନା କରିବା ଓ ସରକାରୀ ଛୁଟି ତାଲିକାରେ ସଫେଇ କର୍ମଚାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସହ, ଅଣ କୁଶଳୀ ଶ୍ରମିକ ଶ୍ରେଣୀ ସାମିଲ କରି ଦରମା ବୃଦ୍ଧି କରିବାକୁ କୁହାଯାଇଛି।

ଏହାସହ ଅନ୍ୟ ଜିଲ୍ଲାରେ ଦରମା ବାବଦକୁ ୧୬,୦୦୦ଟଙ୍କା ଦିଆ ଯାଉଥିବା ବେଳେ ମାଲକାନଗିରିରେ ୧୩,୦୦୦ଟଙ୍କା  ଦିଆଯାଉ ଥିବା ଏବଂ ନର୍ଦ୍ଦମା ସଫେଇ କର୍ମଚାରୀଙ୍କୁ ୧୩୦୦୦ଟଙ୍କା ବଦଳରେ ମାତ୍ର ୭୦୦୦ଟଙ୍କା ଦିଆଯାଉ ଥିବା ବେଳେ ସମାନ କାମକୁ ସମାନ ଦରମା ନମିଳିଲେ ମାଲକାନଗିରି ସହରର ଅଳିଆ ଆବର୍ଜନା ଆଉ ହଟିବ ନାହିଁ ବୋଲି ସଫେଇ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.