ନୂଆଦିଲ୍ଲୀ : ନାୟକ ନେହିଁ, ଖଲନାୟକ ହୁଁ ମେଁ । ସଞ୍ଜୟ ଦତ୍ତଙ୍କ ସୁପରହିଟ୍ ଫିଲ୍ମ ଭିତରେ ‘ଖଲନାୟକ’ ଅନ୍ୟତମ । ଲମ୍ବା ଚୁଟି, ଦମଦାର ଡାଏଲଗ୍ ସାଙ୍ଗକୁ ସଞ୍ଜୟ ଦତ୍ତଙ୍କ ଚମତ୍କାର ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ମନରେ ରହିଛି । ତେବେ ଏହି ଫିଲ୍ମର ଦ୍ବିତୀୟ ଭାଗ ପୁଣିଥରେ ଆସିବାକୁ ଯାଉଛି । ଏହାର ଟିଜର ରିଲିଜ୍ ହୋଇଥିବାବେଳେ ଦର୍ଶକେ ଏହାକୁ ବେଶ ଭଲ ପାଇବା ଦେଇଛନ୍ତି ।

ଟିଜରରେ ସଞ୍ଜୟ ଦତ୍ତ ଭୟଙ୍କର ଲୁକରେ ନଜର ଆସିଛନ୍ତି । ରକ୍ତ ଜୁଡ଼ୁବୁଡୁ ହୋଇଛନ୍ତି ଆଉ ଦମଦାର ଡାଏଲଗ୍ ପୁରୁଣା ଅନ୍ଦାଜରେ ମାରିଛନ୍ତି । ତାଙ୍କ ଲୁକ୍ ଭୟଙ୍କର ହୋଇଛି । ଯାହାକି ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଛି । ଆଉ ଫିଲ୍ମ ଭଲ ରୋଜଗାର କରିବା ସହ ବକ୍ସ ଅଫିସରେ ରେକର୍ଡ କରିବ ବୋଲି ଆଶା କରାଯାଉଛି ।

ସେପଟେ ସଞ୍ଜୟ ଦତ୍ତ ଟିଜର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ ଲେଖିଛନ୍ତି କି, କିଛି କାହାଣୀ କେବେ ମଧ୍ୟ ଶେଷ ହୁଏ ନାହିଁ । ପୁଣି ଆରମ୍ଭ ହୁଏ, ଖଲନାୟକ ରିଟର୍ଣ୍ଣ୍ସ । ଯେଉଁଥିରେ ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଜଣେ ଲେଖିଛନ୍ତି କି, ମୋ ପିଲାଦିନ କଥା ମନେ ପଡ଼ିଗଲା । ମୋର ପ୍ରିୟ ବଲ୍ଲୁ...। ଏଭଳି ଭାବେ ୟୁଜର୍ସମାନେ ଏହାକୁ ସେୟାର କରୁଥିବାବେଳେ ମଜାଳିଆ କମେଣ୍ଟ ଦେବା ସହ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ତେବେ ଏହି ଫିଲ୍ମରେ ଆଉ କେଉଁମାନେ ନଜର ଆସିବେ ଷ୍ଟାରକାଷ୍ଟ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

ଏହାସହ ପଢ଼ନ୍ତୁ : କେବେ ଦଳକୁ ଫେରିବେ ଧୋନୀ, ଆସିଲା ବଡ଼ ଅପଡେଟ୍