ନୂଆଦିଲ୍ଲୀ : ଚାଲିଛି ଆଇପିଏଲ, ଖେଳୁନାହାନ୍ତି ଧୋନୀ । ଫ୍ୟାନ୍ସମାନେ ବେଶ ଆଗ୍ରହର ସହ ଚାହିଁ ବସିଛନ୍ତି ମାହିଙ୍କୁ । ଲାଗୁଥିବା ମୁମ୍ବାଇ ବିପକ୍ଷ ମ୍ୟାଚରେ ଧୋନୀ ଫେରିବେ । କାରଣ ଖେଳ ପୂର୍ବରୁ ଅଭ୍ୟାସ କରୁଥିବା ନଜର ଆସିଥିଲେ । ମାତ୍ର ସେମିତି କିଛି ହୋଇନଥିଲା । ମାତ୍ର ଏବେ ପୁଣି କେଉଁ ମ୍ୟାଚରେ ନଜର ଆସିବେ ଏହା ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ଯାହାକୁ ନେଇ ଏକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ସିଏସକେର ସାଥୀ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ ।
ଅଶ୍ବିନୀ ଏକ ଭିଡିଓରେ ଭବିଷ୍ୟବାଣୀ କହିଛନ୍ତି କି, ଧୋନୀ ଚଳିତ ସିଜିନରେ କେବଳ ଦୁଇଟି ମ୍ୟାଚରେ ଖେଳିବେ । ଯାହାର ଭିଡିଓ ବେଶ ଭାଇରାଲ ହେବାରେ ଳାଗିଛି । ସେ ଏକ ଚ୍ୟାନେଲରେ ଦେଇଥିବା ଏହି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏବେ ଏହା ଉପରେ ନିଜର ନିଜର ପ୍ରତିକ୍ରିୟା ରଖିଛନ୍ତି ସିଏସକେର ବ୍ୟାଟିଂ ପ୍ରଶିକ୍ଷକ ମାଇକେଲ ହସି । କାରଣ ଅଶ୍ବିନୀ କହିଥିଲେ କି, ଧୋନୀଙ୍କ ବଦଳରେ ଦଳରେ ସାମସନ ଖେଳୁଛନ୍ତି । ସେ ଓ୍ବିକେଟକିପର ଭାବେ ଦମଦାର ପ୍ରଦର୍ଶନ କରୁଛନ୍ତି ।
ସେପଟେ ହସି କହିଛନ୍ତି କି, ଧୋନୀ ଦଳକୁ ଫେରିବେ । ଏବଂ ସେ ଓ୍ବିକେଟକିପର ଭାବେ ଖେଳିବେ । ସଞ୍ଜୁ ଏବଂ କାର୍ତ୍ତିକ ଶର୍ମା ଓ୍ବିକେଟକିପର ଥିଲେ ମଧ୍ୟ ଧୋନୀ ଓ୍ବିକେଟକିପର ଭାବେ ଦଳରେ ଖେଳିବେ । ଏହାସହ ସେ କହିଛନ୍ତି କି, ବ୍ୟାଟିଂ କିମ୍ବା ସ୍ବିକେଟ କିପିଂ ଧୋନୀଙ୍କ ବଡ଼ ସମସ୍ୟା ନୁହେଁ । ସେ ଦୌଡ଼ିବା ହେଉଛି କଷ୍ଟ । ମାଂସପେଶୀରେ ଯନ୍ତ୍ରଣା ହେଉଥିବାବେଳେ ଶେଷ ଓଭର ଗୁଡ଼ିକରେ ସିଙ୍ଗିଲ, ହବଲ କରିବା କଷ୍ଟ ହେବ । ଥାଲା ୧୦୦ ପ୍ରତିଶତ ହୋଇ ଦଳକୁ ଫେରୁଛନ୍ତି ଅପେକ୍ଷା କରନ୍ତୁ ବୋଲି ହସି କହିଛନ୍ତି ।
ଏହାସହ ପଢ଼ନ୍ତୁ : ହାର୍ଦ୍ଦିକଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠାଇଲେ ଇରଫାନ୍