ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଡେବ୍ୟୁ କରିବା ସହ ଭାରତର ସର୍ବକନିଷ୍ଠ ଖଳୋଳିଭାବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ରେକର୍ଡ ନିଜ ନାମରେ କରିଛନ୍ତି । ତେବେ ବୈଭବ ସଞ୍ଜୁଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇଥିଲେ । ସଞ୍ଜୁଙ୍କୁ ବେଞ୍ଚରେ ବସାଇବାକୁ ନେଇ ପ୍ରଶ୍ନ କରାଯାଇଛି । ଏହାସହ କିଛି ପୂର୍ବତନ କ୍ରିକେଟର ବୈଭବଙ୍କ ଡେବ୍ୟୁକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
Great to see Vaibhav in India colours. But what about Samson! Dropped?? Are you kidding me!
— Sanjay Manjrekar (@sanjaymanjrekar) July 5, 2026
No, I guess, injured. Let’s hope it’s injury. Or it’s the most bizarre selection.
Could have easily batted at 3 if you wanted to get Vaibhav in.
ପ୍ରକୃତରେ, ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯିବା ପରେ ବୈଭବଙ୍କୁ ଡେବ୍ୟୁ ମିଳିଥିଲା । ଅନେକ ପୂର୍ବତନ କ୍ରିକେଟର ଏବେ ଦଳ ପରିଚାଳନାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ କ୍ରିକେଟର ଏବଂ କମେଣ୍ଟେଟର ସଞ୍ଜୟ ମାଞ୍ଜରେକର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି, "ଭାରତୀୟ ଦଳର ଜର୍ସିରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦେଖିବା ଭଲ ଲାଗୁଛି, କିନ୍ତୁ ସଞ୍ଜୁ ସାମସନଙ୍କ ବିଷୟରେ କ'ଣ? ଏହା କି ପ୍ରକାରର ମଜା? ଅପେକ୍ଷା କରନ୍ତୁ, ମୁଁ ଅନୁମାନ କରୁଛି... ହୁଏତ ସଞ୍ଜୁ ଆହତ ହୋଇଛନ୍ତି। ମୁଁ ଆଶା କରୁଛି ଯେ ସେ ଆଘାତ ଯୋଗୁଁ ବାଦ ପଡ଼ିଥିଲେ, କିମ୍ବା ଏହା ସବୁଠାରୁ ଅଜବ ପସନ୍ଦ। ଯଦି ଆପଣ ବୈଭବଙ୍କୁ ଦଳରେ ସାମିଲ କରିବାକୁ ଚାହାଁନ୍ତି, ତେବେ ସଞ୍ଜୁ ସହଜରେ ତୃତୀୟ ନମ୍ବରରେ ବ୍ୟାଟିଂ କରିପାରିଥାନ୍ତେ।"