ନୂଆଦିଲ୍ଲୀ: ଅଲଟ୍ରାସାଉଣ୍ଡକୁ ନେଇ ଏକ ନୂଆ ଖୁଲାସା ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ରିସର୍ଚ୍ଚରେ ଜଣାପଡ଼ିଛି ଯେ, ଅଲଟ୍ରାସାଉଣ୍ଡ ମାଧ୍ୟମରେ ଓରାଲ୍ କ୍ୟାନସର ସେଲ୍ସକୁ ମାରି ଦିଆ ଯାଇ ପାରେ। ବିଶେଷ କଥା ଏହା ଯେ, ଏହି ଉପାୟ ସୁସ୍ଥ ଟିସୁକୁ କ୍ଷତି କରି ନଥାଏ। ବର୍ତ୍ତମାନର ସର୍ଜରୀ , କେମୋ ଓ ରେଡିଓଥେରେପି ଟ୍ରିଟମେଣ୍ଟ୍ କାରଣରୁ କ୍ୟାନସର ସେଲ୍ସ ସହ ସୁସ୍ଥ ଟିସୁ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଏ। ରିସର୍ଚ୍ଚ ମୁତାବିକ ଅଲଟ୍ରାସାଉଣ୍ଡର ଏହି ଉପାୟ କ୍ୟାନସର ସେଲ୍ସର ଯାନ୍ତ୍ରିକ ଦୁର୍ବଳତାର ଫାଇଦା ଉଠାଇ ଥାଏ ଏବଂ ସେଗୁଡ଼ିକୁ ମାରି ଦେଇ ଥାଏ।
ଏବେ କ୍ୟାନସର ଟ୍ରିଟମେଣ୍ଟରେ ଏହି ରିସର୍ଚ୍ଚ ଏକ ବଡ଼ ଉପଯୋଗୀ ସାବ୍ୟସ୍ତ ହୋଇପାରେ କୁହାଯାଉଛି। ଓରାଲ କ୍ୟାନସର ଆଜି ଭାରତରେ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତମ୍ୱାଖୁର ଭିନ୍ନ ଭିନ୍ନ ଉପାୟରେ ସେବନ ଏହାର କାରଣ ସାଜିଥାଏ।
ଆଇଆଇଏସ୍ ଓ ଏମଏସ୍ ରାମାହ ମେଡିକାଲ କଲେଜ ଓ ହସ୍ପିଟାଲର ମିଳିତ ଉଦ୍ୟମରେ ଏହି ରିସର୍ଚ୍ଚ କରାଯାଇଛି। ଏହି ଗବେଷଣା ମୁତାବିକ , ଲୋ-ଫ୍ରିକ୍ୱେନ୍ସି ଅଲଟ୍ରାସାଉଣ୍ଡ ମେକାନିକାଲ ଷ୍ଟିମ୍ୟୁଲେସନ କେବଳ କ୍ୟାନସର ସେଲକୁ ମାରିଥାଏ। ବିନା କୌଣସି କ୍ଷତିରେ କ୍ୟାନସର ସେଲକୁ ମାରିବାରେ ଏହି ଆବିଷ୍କାର ଏକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ଏବେ ଏହା ଉପରେ ଆହୁରି ରିସର୍ଚ୍ଚ ହେବା ବାକି ଅଛି। ଆସନ୍ତୁ ଜାଣିବା ଉକ୍ତ ସର୍ଚ୍ଚରେ ଆଉ କଣ ସବୁ ତଥ୍ୟ ଜଣାପଡ଼ିଛି।
ଗବେଷକମାନେ କହିଛନ୍ତି ଯେ ଟିମ୍ ଓରାଲ ଟ୍ୟୁମର ରୋଗୀଙ୍କଠାରୁ ସାମ୍ପଲ ସଂଗ୍ରହ କରି ଥିଲେ ଏବଂ ଏହାପରେ ତା ଉପରେ କମ୍-ଫ୍ରିକ୍ୱେନ୍ସି ଅଲ୍ଟ୍ରାସାଉଣ୍ଡ ମେକାନିକାଲ ଷ୍ଟିମ୍ୟୁଲେସନ କରିଥିଲେ। ରିସର୍ଚ୍ଚରୁ ଜଣାପଡିଛି ଯେ, ଅଲ୍ଟ୍ରାସାଉଣ୍ଡ ଦ୍ୱାରା ସୃଷ୍ଟି ହୋଇଥିବା ମେକାନିକାଲ ଷ୍ଟିମ୍ୟୁଲେସନ (ଯାନ୍ତ୍ରିକ ଉତ୍ତେଜନା), କିମ୍ବା ଚାପ ଯୋଗୁଁ ମୁଖ କ୍ୟାନସରର ସେଲ୍ସ ଉପରେ ପ୍ରଭାବ ପଡ଼ୁଛି। ଏହି ସବୁ ସେଲରେ Tropomyosin 2.1 ନାମକ ପ୍ରୋଟିନର ମାତ୍ରା କମ୍ ଥାଏ। ନର୍ମାଲ ସେଲ୍ସରେ ଏହି ପ୍ରୋଟିନର ମାତ୍ରା ଅଧିକ ଥାଏ ଏବଂ ଏହି ପ୍ରୋଟିନ ସେଗୁଡ଼ିକୁ ଚାପ , କମ୍ପନ ଭଳି ଯାନ୍ତ୍ରିକ ଶକ୍ତିରୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ। ସୁସ୍ଥ ଟିସୁ ଗୁଡ଼ିକ ରକ୍ଷା ପାଇଯାନ୍ତି। କ୍ୟନସର ସେଲ୍ସ ଅଲଟ୍ରାସାଉଣ୍ଡର ପ୍ରଭାବ ପ୍ରତି ଅଧିକ ଦୁର୍ବଳ ହୋଇଯାନ୍ତି।
IIScରେ ବାୟୋ ଇଞ୍ଜିନିୟରିଂରେ ସହକାରୀ ପ୍ରଫେସର ଅଜୟ ତିୱାରୀଙ୍କ କହିବାନୁସାରେ , ଓରାଲ କ୍ୟାନସରର ସେଲ୍ସକୁ ଟାର୍ଗେଟ୍ କରିବାରେ ଅଲ୍ଟ୍ରାସାଉଣ୍ଡର ଏହି ଟ୍ରିଟମେଣ୍ଟ ଏକ ପ୍ରମୁଖ ଭୂମିକା ତୁଲାଉଛି। ତାଙ୍କ ମୁତାବିକ ସେଲ୍ସର ମୃତ୍ୟୁ ହେବା ବ୍ୟତୀତ ସେଗୁଡ଼ିକର ପୁନରୁଦ୍ଧାର କ୍ଷମତା ମଧ୍ୟ ନଷ୍ଟ ହୋଇ ଯାଏ। ଟିମ୍ ଏହା ମଧ୍ୟ ଜାଣି ପାରିଛି ଯେ ଏହି ସେଲ ବା କୋଷଗୁଡ଼ିକ ଏହିପରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇ ପାରୁ ନାହାନ୍ତି।
ବାୟୋଇଞ୍ଜିନିୟରିଂ ବିଭାଗର ପିଏଚଡି ଛାତ୍ରୀ ରଶ୍ମିତା ଲୁହା କୁହନ୍ତି ଯେ ପ୍ରତ୍ୟେକ ରୋଗୀ ଏବଂ ପ୍ରତି ଷ୍ଟେଜର ମୁଖ କର୍କଟ(ଓରାଲ କ୍ୟାନସର)ର ସେଲ୍ସ ଗୁଡ଼ିକ ପ୍ରାୟ ସମାନ ଭାବରେ ବ୍ୟବହାର କରୁ ଥିଲେ। ସମସ୍ତ କ୍ୟାନସର କୋଷଗୁଡ଼ିକ ଅଲ୍ଟ୍ରାସାଉଣ୍ଡ ଦ୍ୱାରା ସହଜରେ ପ୍ରଭାବିତ ହୋଇଥିଲେ, ଯେତେବେଳେ ସୁସ୍ଥ କୋଷ ଗୁଡ଼ିକ କମ୍ ପ୍ରଭାବିତ ହୋଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ : Bone Health: କ୍ୟାଲସିୟମର ଅଭାବ ନୁହେଁ , ଏହି ଅଭ୍ୟାସ ମଧ୍ୟ ହାଡ଼କୁ କରେ ଦୁର୍ବଳ
ଉଲ୍ଲେଖନୀୟ ଯେ, ଅଲଟ୍ରାସାଉଣ୍ଡ ବିନା ସର୍ଜରୀରେ ଏକ ଟେକନିକ୍ ଏବଂ ଏହାର ଅନେକ ମେଡିକାଲ ବ୍ୟବହାର ଅଛି । ଗବେଷଣା ମୁତାବିକ, ଅଲ୍ଟ୍ରାସାଉଣ୍ଡ ମେକାନୋଷ୍ଟିମୁଲେସନ ଆଗାମୀ ଦିନରେ ଓରାଲ କ୍ୟାନସର ସେଲ୍ସକୁ ନଷ୍ଟ କରିବାରେ ପ୍ରମୁଖ ଭୂମିକା ତୁଲାଇପାରେ। କାରଣ ଏଥିରେ ସୃଷ୍ଟି ହେଉ ଥିବା ଚାପରେ ସେଲ୍ସକୁ ଦୁର୍ବଳ କରିବାରେ ଭଲ ସାହାଯ୍ୟ ମିଳେ। ବର୍ତ୍ତମାନ ଏହାର ଉତ୍ତମ ପ୍ରଭାବ ଓ ସୁରକ୍ଷା ପାଇଁ ଏବେ ଆହୁରି କ୍ଲିନିକାଲ ଟେଷ୍ଟ ହେବା ଆବଶ୍ୟକ ରହିଛି।