ନୂଆଦିଲ୍ଲୀ,୧୨/୦୪; ଲଗାତାର ୩ଟି ମ୍ୟାଚ ହାରିବା ପରେ ଶେଷ ଚେନ୍ନାଇ ଚମକିଛି । ଘରୋଇ ଗ୍ରାଉଣ୍ଡ ଚିପକରେ ଚଳିତ ଆଇପିଏଲ ସିଜିନରେ ପଏଣ୍ଟ ଖାତା ଖୋଲିଛି ୫ ଥରର ଚାମ୍ପିଅନ ଚେନ୍ନାଇ । ଦିଲ୍ଲୀକୁ ୨୩ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ସିଏସକେ । ଏହି ମ୍ୟାଚରେ ସଞ୍ଜୁ ସାମସନ ସ୍ପେସାଲ ଦେଖିବାକୁ ମିଳିଥିଲା । ସେ ସିଜିନରେ ପ୍ରଥମ ପ୍ଲେୟାର ଭାବେ ଶତକ ହାସଲ କରିଛନ୍ତି । ୮ ବର୍ଷ ପରେ ସିଏସକେର ପ୍ରଥମ ବ୍ୟାଟର ଭାବେ ଶତକ ହାସଲ କରିଛନ୍ତି । ୨୦୧୮ ଫାଇନାଲରେ ସେନ୍ ୱାଟସନ ସେଞ୍ଚୁରୀ ହାସଲ କରିଥିଲେ । ସଞ୍ଜୁଙ୍କ ଅପରାଜିତ ୧୧୫ ରନ ଇନିଂସ ବଳରେ ଚେନ୍ନାଇ ୨ ୱିକେଟ୍ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ ୧୮୯ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ପ୍ରଥମ ୩ଟି ମ୍ୟାଚରେ ବିଫଳ ହୋଇଥିବା ସାମସନ ଚିତ୍ତାକର୍ଷକ ଶତକ ଅର୍ଜନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସଞ୍ଜୁଙ୍କର ଏହି ଶତକ ପରେ ଏପ୍ରିଲ ୧୧ର କନେକ୍ସନ ସାମ୍ନାକୁ ଆସିଛି । ଏହା ସହିତ ମ୍ୟାଚ ପରେ ତାଙ୍କ ଲକି ଚାର୍ମଙ୍କ ନାମର ଖୁଲାସା କରିଛନ୍ତି ସଞ୍ଜୁ ।

​​​​​​​କିଏ ସଞ୍ଜୁଙ୍କ ଲକି ଚାର୍ମ ? ପ୍ରଥମ ତିନୋଟି ମ୍ୟାଚରେ ମାତ୍ର ୨୨ ରନ କରିଥିବା ସଞ୍ଜୁ ସାମସନ ଚତୁର୍ଥ ମ୍ୟାଚରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ । ଶତକ ହାସଲ କରି ଚେନ୍ନାଇ ପ୍ରଥମ ବିଜୟ ବଡ଼ ଭୂମିକା ତୁଲାଇଥିବା ସଞ୍ଜୁ ମ୍ୟାଚ ପରେ ତାଙ୍କ ଲକି ଚାର୍ମଙ୍କ ନାମର ଖୁଲାସା କରିଛନ୍ତି । ସଞ୍ଜୁ ସାମସନ ଏକ ମଜାଦାର ବୟାନ ଦେଇଥିଲେ । ଇନିଂସ ବିରତି ସମୟରେ, ସଞ୍ଜୁ ପ୍ରସାରକମାନଙ୍କ ସହିତ କଥା ହୋଇଥିଲେ । ସେ ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ତାଙ୍କର ଲକି ଚାର୍ମ ବୋଲି ବର୍ଣ୍ଣନା କରିଥିଲେ ଏବଂ ମଜାରେ କହିଥିଲେ, "ଏହା ବହୁତ ଭଲ ଲାଗୁଛି । ଧନ୍ୟବାଦ, ରବି ଶାସ୍ତ୍ରୀ, ଆପଣ ମୋ ପାଇଁ ଲକି ବୋଲି ମନେହୁଏ। ଦୟାକରି ପ୍ରତ୍ୟେକ ମ୍ୟାଚ୍ କୁ ଆସନ୍ତୁ, ସାର୍ ।" ତାଙ୍କ ଫର୍ମ ବିଷୟରେ କହିବାକୁ ଯାଇ ସଞ୍ଜୁ କହିଥିଲେ, "ସତ କହିବାକୁ ଗଲେ, ଆପଣଙ୍କ ଫର୍ମ ଯେତେ ଭଲ ହେଉନା କାହିଁକି, ଦେଶ ପାଇଁ ମ୍ୟାଚ୍ ଜିତିବା ପରେ କିଛି ବିଫଳତା ସନ୍ଦେହ ସୃଷ୍ଟି କରିପାରେ । ମୁଁ ବେସିକ୍ସରେ ରହିବାକୁ ଚାହୁଁଥିଲି । ମୁଁ ଭାବୁଥିଲି ଅଧିକ ଆକ୍ରମଣାତ୍ମକ ଭାବରେ ଖେଳିବା ଉଚିତ କି ନାହିଁ, କିନ୍ତୁ ମୁଁ ମୋର ବେସିକ୍ସରେ ରହିଲି ଆଜି ସଫଳ ହୋଇଥିଲି । "

ଏହା ବି ପଢନ୍ତୁ...ଦମଦାର ପାଳି ସତ୍ତ୍ୱେ କାହିଁକି ରିଟାୟର୍ଡ ଆଉଟ୍ ହେଲେ ଆୟୂଷ ? ନିଷ୍ପତ୍ତିକୁ ନେଇ ହଙ୍ଗାମା, ଭଡକିଲେ ଫ୍ୟାନ୍ସ

​​​​​​​

ଏପ୍ରିଲ ୧୧ର କନେକ୍ସନ - ସଞ୍ଜୁ ସାମସନ ଚଳିତ ଆଇପିଏଲରେ ଦିଲ୍ଲୀ ବିପକ୍ଷରେ ଏପ୍ରିଲ ୧୧ ତାରିଖରେ ୫୬ ବଲରୁ ଅପରାଜିତ ୧୧୫ ରନ୍ କରିଥିଲେ । ଯେଉଁଥିରେ ୧୫ ଚୌକା ଏବଂ ୪ ଛକା ସାମିଲ । ଏହା ସାମସନଙ୍କର ଚତୁର୍ଥ ଆଇପିଏଲ ଶତକ ଯାହା ସେ ଏପ୍ରିଲ ୧୧ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କରିଥିଲେ। ସିଏସକେ ପାଇଁ ଏହା ତାଙ୍କର ପ୍ରଥମ ସେଞ୍ଚୁରୀ । ଏବେ, ୧୧ ଏପ୍ରିଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସଞ୍ଜୁ ସାମସନଙ୍କ ଶତକ ବିଷୟରେ ଆଲୋଚନା କରିବା । ଏହା ଆଇପିଏଲ ୨୦୧୭ ସମୟରେ ଘଟିଥିଲା, ଯେତେବେଳେ ସେ ଦିଲ୍ଲୀ ଦଳର ଅଂଶ ଥିଲେ । ରାଇଜିଂ ପୁନେ ସୁପରଜିଆଣ୍ଟସ ବିପକ୍ଷରେ ଖେଳି ସେ ୬୩ ବଲ୍ ରେ ୧୦୨ ରନ୍ କରିଥିଲେ । ଏହା ଥିଲା ସାମସନଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ଥିଲା । ୨୦୧୭ରେ ଧୋନିଙ୍କ ଦଳ ପୁନେ ସୁପରଜିଆଣ୍ଟସ ବିପକ୍ଷରେ ମାରିଥିଲେ । ସେବେ ଚେନ୍ନାଇ ନିଲମ୍ବନ ଦଣ୍ଡ ଭୋଗୁଥିଲା ଧୋନି ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ପାଇଁ ଖେଳୁଥିଲେ ।