ନୂଆଦିଲ୍ଲୀ,୨୪/୦୪; ସାନଦାର, ଦମଦାର, ଚମତ୍କାର ସଞ୍ଜୁ ସାମସନ । ମୁମ୍ବାଇକୁ ତାରି ଘରେ ପଶି ଧୋଇଥିଲେ ସଞ୍ଜୁ । ଚିତାଙ୍କ ଚିତ୍ତାକର୍ଷକ ଶତକ ବଳରେ ଚେନ୍ନାଇ ଆଇପିଏଲ୍ର ଏଲ-କ୍ଲାସିକୋରେ ଜବରଦସ୍ତ ବିଜୟ ହାସଲ କରିଛି । ମୁମ୍ବାଇକୁ ୧୦୩ ରନ୍ରେ ପରସ୍ତ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୬ ୱିକେଟ୍ ବିନିମୟରେ ୨୦୭ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ ଓଭରରେ ୧୦୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ସାମସନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ୫୪ ବଲରେ ୧୦ ଚୌକା, ୬ ଛକା ସହ ୧୦୧ ରନର ଅପରାଜିତ ଇନିଂସ ଖେଳିଥିଲେ ସଞ୍ଜୁ ସାମସନ । ୱାଙ୍ଖଡେ ଗ୍ରାଉଣ୍ଡରେ ସଞ୍ଜୁ ଝଡ଼ ଦେଖିବାକୁ ମିଳିଥିଲା । ଏହି ଶତକ ସଫଳତା ସହିତ ଆଇପିଏଲ ଇତିହାସରେ ଚେନ୍ନାଇର ଏକମାତ୍ର ବ୍ୟାଟର ଭାବେ ମୁମ୍ବାଇ ବିପକ୍ଷରେ ଶତକ ହାସଲ କରିଛନ୍ତି ସଞ୍ଜୁ । ଏହା ସହିତ ସେ ତାଙ୍କର ୫ମ ଆଇପିଏଲ୍ ଶତକ ଏବଂ ଚଳିତ ସିଜିନରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଛନ୍ତି ।
ଚମତ୍କାର ଅପରାଜିତ ଶତକ ହାସଲ କରି ସଞ୍ଜୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୭.୦୪ । ଏହା ସିଜିନର ତାଙ୍କର ଦ୍ୱିତୀୟ ଶତକ । ଏହା ସହିତ ଆଇପିଏଲରେ ସଞ୍ଜୁଙ୍କର ମୋଟ୍ ୫ଟି ଶତକ ହୋଇଛି । ଆଇପିଏଲରେ ଚେନ୍ନାଇର ପ୍ରଥମ ବ୍ୟାଟର ଭାବେ ମୁମ୍ବାଇ ବିପକ୍ଷରେ ଶତକ ହାସଲ କରିବାର ରେକର୍ଡ ସଞ୍ଜୁଙ୍କ ନାମ ରହିଛି । ଏହି ସେଞ୍ଚୁରୀ ସହିତ ସଞ୍ଜୁ ଟି-୨୦ କ୍ରିକେଟରେ ସର୍ବାଧିକ ୮ଟି ଶତକ ସହିତ ଭାରତୀୟଙ୍କ ତାଲିକାରେ ସାମିଲ ହୋଇଛନ୍ତି । ବିରାଟ କୋହଲି (୯), ରୋହିତ ଶର୍ମା (୮)ଙ୍କ ଭଳି ନାମ ରହିଛି । ସାମସନଙ୍କ ଆଇପିଏଲରେ ୫ଟି ଶତକ ରହିଛି ।
Sanju Samson stepping up at Wankhede again 🤩
— IndianPremierLeague (@IPL) April 23, 2026
He is adjudged the Player of the Match for his hundred 🏅
WATCH HIS KNOCK ▶️ https://t.co/CEOEHXRUR7#TATAIPL | #KhelBindaas | #MIvCSK pic.twitter.com/SmWGHXCEX1
ସିଏସକେ ପାଇଁ ସର୍ବାଧିକ ଶତକ
୧. ସେନ୍ ୱାନ୍
୨.ମୁରଲୀ ବିଜୟ
୩.ଋତୁରାଜ ଗାଏକ୍ୱାଡ
୪.ସଞ୍ଜୁ ସାମସନ
ସିଏସକେର ଏମଆଇ ବିପକ୍ଷରେ ବଡ଼ ସ୍କୋର
୨୧୮/୪ (୨୦୨୧)
୨୦୮/୫ (୨୦୦୮)
୨୦୭/୬ (୨୦୨୬)
୨୦୬/୪ (୨୦୨୪)
'ଏହା ସାଧାରଣ ୱାଙ୍ଖେଡ଼େ ୱିକେଟ୍ ନଥିଲା'; ସଞ୍ଜୁ କହିଲେ ମୁମ୍ବାଇ ବିପକ୍ଷ ଶତକ ପଛର କାହାଣୀଏହା ବି ପଢନ୍ତୁ...