ନୂଆଦିଲ୍ଲୀ, ୯/୩ : ସଞ୍ଜୁ ଏବେ କେବଳ ଗୋଟିଏ ନାଁ ନୁହେଁ ସମସ୍ତ ଭାରତୀୟ କ୍ରିକେଟପ୍ରେମୀଙ୍କ ମନପସନ୍ଦର ଖେଳାଳି । ଟି-୨୦ ବିଶ୍ବକପର ଗୁରୁତ୍ପୂର୍ଣ୍ଣ ମ୍ୟାଚ ଗୁଡ଼ିକରେ ଯେଭଳି ପ୍ରଦର୍ଶନ କଲେ ସମସ୍ତେ ତାଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ୩୨୧ ରନ୍ ବନାଇ ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । ଓ୍ବେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଲଗାତାର ସୁପର-୮ରୁ ଫାଇନାଲ ତିନି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଜୟ ଉପହାର ଦେବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଟ୍ରଫି ହାସଲ କରିବା ପରେ ସ୍ତ୍ରୀଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି ସଞ୍ଜୁ ।

ସଞ୍ଜୁ ସାମସନ ତାଙ୍କ ପତ୍ନୀ ଚାରୁଲତାଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଯେଉଁ ଦିନଠାରୁ ମୁଁ ତୁମକୁ ଭେଟିଲିଣି ଆଜି ପର୍ଯ୍ୟନ୍ତ । ତୁମେ ମୋ ସହ ରହିଛ , ମୁଁ ଯେମିତି ମୋତେ ସବୁଥିରେ ସପୋର୍ଟ କରିଛ । ମୋ ପାଇଁ ତୁମେ ସଚ୍ଚା ଏବଂ ସଚ୍ଚୋଟ ରହିଥିବାରୁ ଧନ୍ୟବାଦ । ତୁମେ ସବୁବେଳେ ମୋ ଭଲ ମନ୍ଦ ବୁଝିଛ, ମୋ ସହ ସବୁବେଳେ ଦୃଢ଼ ଭାବେ ଛିଡ଼ା ହୋଇଛ ।ମୋ ଜୀବନରେ କ୍ରିକେଟର ଗୁରୁତ୍ୱ ବୁଝିବା ପାଇଁ ଏବଂ ଏହାକୁ ନିଜକୁ ସମାନ ଗୁରୁତ୍ୱ ଦେବା ପାଇଁ ଧନ୍ୟବାଦ। ଏବଂ ତୁମେ ମଧ୍ୟ ଏହି ମୁହୂର୍ତ୍ତ ପାଇଁ ମୋ ପରି ଆଗ୍ରହ ଏବଂ ଆଗ୍ରହ ସହିତ ଅପେକ୍ଷା କରିଛ। ବହୁତ ବହୁତ ଧନ୍ୟବାଦ, ମୋର ପ୍ରିୟ ପତ୍ନୀ!"

ପତ୍ନୀଙ୍କ ସହ ଟ୍ରଫି ସହ ଉଠାଇଥିବା ଫଟୋ ଏବଂ ଏକ ପୁରୁଣା ଦିନର ଫଟୋକୁ ମଧ୍ୟ ପୋଷ୍ଟ କରିଛନ୍ତି ସଞ୍ଜୁ । ସେ ଭାବପ୍ରବଣ ହୋଇ ପୋଷ୍ଟ କରିଥିବାବେଳେ ଏହାକୁ ୟୁଜର୍ସମାନେ ବହୁ ମାତ୍ରାରେ ସେୟାର କରୁଥିବାବେଳେ ବିଭିନ୍ନ କମେଣ୍ଟ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି ସଞ୍ଜୁ ସାମସନଙ୍କୁ କେରଳ ସରକାରଙ୍କ ପକ୍ଷରୁ ସମ୍ମାନୀତ କରାଯିବ । ଏନେଇ କେରଳ ଜଣେ ମନ୍ତ୍ରୀ ସୂଚନା ଦେଇଛନ୍ତି । କହି ରଖୁଛୁ କି, ସଞ୍ଜୁ ସାମସନ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମରୁ ସୁଯୋଗ ପାଇନଥିଲେ । କିନ୍ତୁ ଯେତେବେଳେ ଖେଳିବାର ସୁଯୋଗ ପାଇଲେ ବଡ଼ ସଟ ଖେଳିଥିଲେ । ସେ ୮୦ରୁ ଅଧିକ ହାର ସହ ୨୦୦ ଷ୍ଟ୍ରାଇକ୍ ରେଟରେ ୩୨୧ ରନ କରିଛନ୍ତି ।

ଏହାସହ ପଢ଼ନ୍ତୁ : ଆଫ୍ରିଦ୍ କହିଲେ ନ୍ୟୁଜିଲାଣ୍ଡ ପରାଜୟର ବଡ଼ କାରଣ, ବୁମରାଙ୍କୁ ଦେଲେ ବିଜୟର ଶ୍ରେୟ