PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଦେବଭାଷା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ଉତ୍ସବ : ସଂସ୍କୃତ ଭାଷା ଭାରତୀୟ ଜୀବନର ଆତ୍ମା

ଭୋଗରାଇ,୨୫/୯,(ଆ.ପ୍ର.) ଦେବଭାଷା ବିକାଶ ପରିଷଦ ଭୋଗରାଇର ପଞ୍ଚମ ପ୍ରତିଷ୍ଠା ଦିବସ ଉତ୍ସବ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆରଆଇଏଚଏସ) ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ଅଧ୍ୟକ୍ଷ ଡାକ୍ତର ଶ୍ରୀଶ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଆରଆଇଏଚଏସ ମହାବିଦ୍ୟାଳୟର ଅଧ୍ୟକ୍ଷ କେଦାର ସିଂ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ସଂସ୍କୃତ ଭାଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଡଃ କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେବଭାଷା ସଂସ୍କୃତ ଜନଜୀବନକୁ କିପରି ପ୍ରଭାବିତ କରିଆସୁଛି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଣ୍ଡିତ ଗିରୀଶ କୁମାର ପାଣିଗ୍ରାହୀ ଯୋଗ ଦେଇ ସଂସ୍କୃତ ଭାଷାକୁ ଭାରତୀୟ ସଂସ୍କୃତିର ଆତ୍ମା ବୋଲି ଅଭିହିତ କରିଥିଲେ।ପରିଷଦର ମହାସଚିବ ତଥା ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସତୀଶ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ଦେଇଥିଲା ବେଳେ ଅଧ୍ୟାପକ ଦେବାଶିଷ ପଣ୍ଡା ମଞ୍ଚ ଆହ୍ବାନ,ପଣ୍ଡିତ ସ୍ବପନ କୁମାର ପଣ୍ଡା ମଙ୍ଗଳାଚରଣ ପାଠ ଓ ଅଧ୍ୟାପକ ସୁସ୍ମନ୍ତ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ମିଶ୍ର ଓ ଡଃ ଜୟଶ୍ରୀ ଷଡ଼ଙ୍ଗୀ,ଶିକ୍ଷାବିତ ବିପଦ ଭଞ୍ଜନ ମିଶ୍ର,ଶମ୍ଭୁନାଥ ଜେନା, ପରିଷଦର ଉପ ମହାସଚିବ ଅଧ୍ୟାପକ ବ୍ରଜବିହାରୀ ପତି ପ୍ରମୂଖ ଯୋଗ ଦେଇ ସଂସ୍କୃତ ଭାଷାର ମାଧୂର୍ଯ୍ୟ ଓ ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଡଃ କୃଷ୍ଣ କେଶବ ଷଡ଼ଙ୍ଗୀଙ୍କୁ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ସ୍ମୃତି ସମ୍ମାନ ଏବଂ ପଣ୍ଡିତ ଗିରୀଶ କୁମାର ପାଣିଗ୍ରାହୀ ଙ୍କୁ ପଣ୍ଡିତ ପୁଣ୍ଡରିକାକ୍ଷ ମିଶ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହିତ ବ୍ଲକ ସ୍ତରରେ ସଂସ୍କୃତ ବିଷୟରେ ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଡଃ ରୁଦ୍ରନାରାୟଣ ପଣ୍ଡା ସ୍ମୃତି ପୁରସ୍କାର, ପଣ୍ଡିତ ପ୍ରଭାକର ପତି ସ୍ମୃତି ପୁରସ୍କାର, ତିଳୋତ୍ତମା ପାଣିଗ୍ରାହୀ ସ୍ମୃତି ପୁରସ୍କାର, ସୁରେନ୍ଦ୍ର ନାରାୟଣ ସ୍ମୃତି ପୁରସ୍କାର,ପ୍ରକାଶ ଚନ୍ଦ୍ର ଘରାଇ ସ୍ମୃତି ପୁରସ୍କାର ଏବଂ ପଣ୍ଡିତ ଭାସ୍କର ଚନ୍ଦ୍ର ଦାଶ ସ୍ମୃତି ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।

ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ବିଜୟ କୁମାର ମିଶ୍ର ସ୍ମୃତି ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା। ପରିଷଦର ଉପାଧ୍ୟକ୍ଷ ନଟରଞ୍ଜନ ଘରାଇ,କୋଷାଧ୍ୟକ୍ଷ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର,ଶୁଭେନ୍ଦୁ କୁମାର ଦାଶ,ଦେବଶଙ୍କର ଦାଶ,ବିଜୟ କୁମାର ସିଂହ,ଗୈାରିଶଙ୍କର ତ୍ରିପାଠୀ,ଚନ୍ଦନ କୁମାର ପଣ୍ଡା,ପ୍ରଦୀପ ବାନାର୍ଜୀ,ଶାଶ୍ବତ କୁମାର ଜେନା,ବିଷ୍ଣୁପଦ ପଣ୍ଡା, ଭୋଗରାଇ ମହିଳା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ରାଣୀ ଭଞ୍ଜ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆରଆଇଏଚଏସର ସମସ୍ତ ଅଧ୍ୟାପକ, ଅଧ୍ୟାପିକ ଓ ଅଣଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ।