ଥ୍ରୀଲର୍ ଓ ସସପେନ୍ସରେ ଭରପୁର ସାନ୍ୟା ମଲହୋତ୍ରାଙ୍କ ଫିଲ୍ମ ‘ହିଟ୍ : ଦ ଫାଷ୍ଟ କେସ୍’, ରାଜକୁମାରଙ୍କ ସହ କରିବେ ସ୍କ୍ରିନ୍ ସେୟାର

ନୂଆଦିଲ୍ଲୀ ୦୪/୦୭ : ୨୦୧୬ ମସିହାରେ ‘ଦଙ୍ଗଲ’ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାନ୍ୟା ମଲହୋତ୍ରା । ତା’ ପରେ ପରେ ‘ପଟାଖା, ‘ବଧାଇ ହୋ, ‘ଶକୁନ୍ତଳା ଦେବୀ, ‘ମୀନାକ୍ଷୀ ସୁନ୍ଦରେଶ୍ୱର’ ପରି ବହୁ ଫିଲ୍ମରେ ଦର୍ଶକ ତାଙ୍କର ଉଚ୍ଚକୋଟୀର ଅଭିନୟକୁ ଦେଖିଛନ୍ତି । ଆଗକୁ ସାନ୍ୟାଙ୍କୁ ‘ହିଟ୍ : ଦ ଫାଷ୍ଟ କେସ୍’ରେ ଦେଖିବାକୁ ମିଳିବ । ସେଥିରେ ରାଜକୁମାର ରାଓ ତାଙ୍କ ବିପକ୍ଷରେ ସ୍କ୍ରିନ୍ ଶେୟାର କରିଛନ୍ତି । ଫିଲ୍ମଟି ଚଳିତମାସ ୧୫ ତାରିଖରେ ରିଲିଜ୍ ହେବ।
ଫିଲ୍ମର ପ୍ରମୋସନ୍ ସମୟରେ ନିକଟରେ ଏକ ସାକ୍ଷାତକାରରେ ସାନ୍ୟା କହିଛନ୍ତି, ଏହା ଏକ ଅପରାଧମୂଳକ ଥ୍ରିଲର ଫିଲ୍ମ । ଏଥିରେ ଆପଣ ମୋତେ ଜଣେ ପୁଲିସ ଅଧିକାରୀଙ୍କ ପତ୍ନୀ ଭାବେ ଦେଖିବାକୁ ପାଇବେ । ଏଥିରେ ମୋ’ର ଭୂମିକା ଖୁବ୍ ଚାଲେଞ୍ଜିଂ । ଏହିପରି ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଫିଲ୍ମ କରିବାକୁ ମୁଁ ଇଚ୍ଛୁକ ଥିବାବେଳେ ନିର୍ମାତାମାନେ ଯେତେବେଳେ ମୋତେ ଏହାକୁ ଅଫର୍ ଦେଲେ ମୁଁ ତୁରନ୍ତ ରାଜି ହୋଇଗଲି । ଦର୍ଶକମାନେ ଫିଲ୍ମକୁ ପସନ୍ଦ କରିବେ ବୋଲି ଆଶା।
ସୂଚନାଥାଉକି, ‘ହିଟ୍ : ଦ ଫାଷ୍ଟ କେସ୍’ ହେଉଛି ୨୦୨୦ ମସିହାରେ ରିଲିଜ୍ ହୋଇଥିବା ଏକ ତେଲଗୁ ଫିଲ୍ମର ରିମେକ୍। ମୂଳ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଶୈଲେଶ କୋଲାନୁ ମଧ୍ୟ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଭୂଷଣ କୁମାର, କ୍ରିଷନ୍ କୁମାର ଓ କୁଲଦୀପ ରାଠୋର ପ୍ରଯୋଜକ ଅଛନ୍ତି ।