PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଆକ୍ସନ୍‌-ଥ୍ରିଲର୍‌ ଫିଲ୍ମରେ ସାରା ଅଲି ଖାନ୍‌, ଟାଇଗରଙ୍କ ଲେଡି ଲଭ୍ ହେବେ ଅଭିନେତ୍ରୀ

ମୁମ୍ବାଇ ୩୦/୧୧: ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ପକ୍ଷରୁ ବଡ଼ ଖୁଲାସା ହୋଇଛି । ପୂଜା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରଯୋଜିତ ବିଗ୍‌-ବଜେଟ୍‌ ଆକ୍ସନ୍‌ ଥ୍ରିଲର୍‌ ଫିଲ୍ମରେ ମେଲ୍‌ ଲିଡ୍‌ ଭାବେ ନଜର ଆସିବେ ଟାଇଗର ଶ୍ରଫ୍‌ । ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ଜଗନ ଶକ୍ତି । ପ୍ରଯୋଜନା କରିବେ ଜ୍ୟାକି ଭାଗନାନି । ଭାରତ ସମେତ ୟୁରୋପରେ ଫିଲ୍ମର ଅଧିକାଂଶ ସୁଟିଂ ହେବ । ଏହାକୁ ବଡ଼ ଧରଣର ମିଶନ୍‌ ଆଧାରିତ ଫିଲ୍ମ ରୂପେ ପ୍ରସ୍ତୁତ କରିବାକୁ ଫିଲ୍ମମେକର୍‌ ଯୋଜନା କରିଛନ୍ତି । ଫିଲ୍ମ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି । ତେବେ ଏ ମାମଲାରେ ଏକ ବଡ଼ ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

 ଫିଲ୍ମମେକର୍‌ ଏହି ଆକ୍ସନ୍‌ ଫିଲ୍ମ ପାଇଁ ମୁଖ୍ୟ ନାୟିକାଙ୍କ ନାମ ଚୟନ କରିସାରିଛନ୍ତି । ରିପୋର୍ଟ ଅନୁସାରେ, ଫିମେଲ୍‌ ଲିଡ୍‌ ଭୂମିକାରେ ନଜର ଆସିବେ ସାରା ଅଲି ଖାନ୍‌ । ସେ ଫିଲ୍ମ ସାଇନ୍‌ କରିସାରିଛନ୍ତି । ନିର୍ମାତା ଫ୍ରେଶ୍‌ ଯୋଡ଼ିଙ୍କୁ କାଷ୍ଟ୍‌ କରିବାକୁ ଚାହୁଁଥିଲେ । ଶେଷରେ ଟାଇଗର-ସାରାଙ୍କ ପାଖରେ ସେମାନଙ୍କ ଖୋଜା ଶେଷ ହୋଇଛି । ଆସନ୍ତା ଡିସେମ୍ବର ୧୦ ତାରିଖ ବେଳକୁ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଓହ୍ଲାଇବ ।

ତେବେ ଫିଲ୍ମର ଭିଲେନ୍‌ ଭୂମିକା ପାଇଁ କଳାକାର ଚୟନ ପ୍ରକ୍ରିୟା ଜାରି ରହିଛି । ଫିଲ୍ମମେକର୍‌ ଟାଇଗରଙ୍କ ବିପକ୍ଷରେ ଜଣେ ଦମ୍‌ଦାର ନେଗେଟିଭ୍‌ ଚରିତ୍ରଙ୍କୁ ସାଇନ୍‌ କରିବେ । ଆସନ୍ତା ୭ ଦିନ ମଧ୍ୟରେ ଫିଲ୍ମର ଷ୍ଟାର୍‌ ଚୟନ ଶେଷ ହେବ । ଏହି ଫିଲ୍ମ ଜରିଆରେ ଦର୍ଶକ ପ୍ରଥମ ଥର ଟାଇଗର-ସାରାଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ । ଦୁଇ କଳାକାର ପ୍ରଥମ ଥର ଫିଲ୍ମ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ଖୁବ୍‌ ଉତ୍ସାହିତ ଅଛନ୍ତି । ସାରା ଖୁବ୍‌ଶୀଘ୍ର ଭିକି କୌଶଲଙ୍କ ସହ ଲକ୍ଷ୍ମଣ ଉତେକରଙ୍କ ଫିଲ୍ମରେ ନଜର ଆସିବେ । ତାଙ୍କ ପାଖରେ ଏକାଧିକ ପ୍ରୋଜେକ୍ଟ ରହିଛି ।

ସମ୍ବନ୍ଧିତ ଖବର