ଏହି ହଟ୍ ଅଭିନେତ୍ରୀଙ୍କୁ ଲାଲ୍ ଲେହେଙ୍ଗାରେ ଦେଖି ବିବାହ ପ୍ରସ୍ତାବ ଦେଉଛନ୍ତି ପ୍ରଶଂସକ

ମୁମ୍ବାଇ ୧୪।୬: ବଲିଉଡ୍ ଜଗତର ହଟ୍ ଅଭିନେତ୍ରୀ ସାରାଙ୍କ କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର୍ ବି ଏବେ ତାଙ୍କୁ ମିଳୁଛି । କେବଳ ସେତିକି ନୁହେଁ, ସାରା ଜଣେ ଚର୍ଚ୍ଚିତ ଅଭିନେତ୍ରୀ ପାଲଟିଯାଇଥିବାରୁ ଏବେ ତାଙ୍କୁ ବିଜ୍ଞାପନରେ ଦେଖିବାକୁ ମିଳୁଛି।

ଫିଲ୍ମ ‘କେଦାରନାଥ’ ଓ ‘ସିମ୍ବା’ରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିବା ପରେ ଏବେ ତାଙ୍କ ଆଗରେ ନିର୍ମାତାଙ୍କର ଲାଗିଛି ଲମ୍ବା ଲାଇନ୍। ଚର୍ଚ୍ଚିତ ଅଭିନେତ୍ରୀ ପାଲଟିଥିବା ଯୋଗୁ ବିଭିନ୍ନ ବିଜ୍ଞାପନରେ ଦେଖିବାକୁ ମିଳୁଛି। ନିକଟରେ ସେ ଏକ ଅଳଙ୍କାର କମ୍ପାନୀ ଲାଗି ଫଟୋଶୁଟ କରାଇଛନ୍ତି।

ଏହି ସମୟର କିଛି ଫଟୋ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ସାରାଙ୍କ ଲାଲ୍ ଲେହେଙ୍ଗା ପିନ୍ଧା ଫଟୋରେ ଜଣେ ପ୍ରଶଂସକ ‘ତିଖି ମିର୍ଚ୍ଚ’ ଲେଖି କମେଣ୍ଟ କରିଥିବା ବେଳେ ଅନ୍ୟ ଜଣେ ବିବାହ ପ୍ରସ୍ତାବ ଦେଇଥିବା ଦେଖାଯାଇଛି।