ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ପରଲୋକ, କାର ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ ୨୪/୦୫: ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ ହୋଇଛି। ସେ ସାରାଭାଇ ଭର୍ସେସ୍ ସାରାଭାଇ ସିରିଏଲରେ ରୋଜେଶ ସାରାଭାଇଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଏଲର ନିର୍ମାତା ଜେଡି ମାଜିଥିଆ ବୈଭବୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।
ଜେଡି ମାଜିଥିଆ ଇନଷ୍ଟାଗ୍ରାମରେ ବୈଭବୀଙ୍କ ପାଇଁ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି। ଏହି ଷ୍ଟୋରୀରେ ଜେଡି ଲେଖିଛନ୍ତି, “ବିଶ୍ୱାସ ହେଉ ନାହିଁ। ଜୀବନ ଉପରେ କୌଣସି ଭରସା ନାହିଁ। ଇଣ୍ଡଷ୍ଟ୍ରିର ପ୍ରତିଭାଶାଳୀ ଅଭିନେତ୍ରୀ ଏବଂ ମୋର ଭଲ ବନ୍ଧୁ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ ହୋଇଛି। ବୈଭବୀ ସାରଭାଇ ସିରିଏଲର ଜସ୍ମିନ୍ ଭାବରେ ମଧ୍ୟ ଜଣାଶୁଣା । ଉତ୍ତରରେ ତାଙ୍କର ଦୁର୍ଘଟଣାର ହୋଇଛି ଏବଂ ତାଙ୍କ ପରିବାର ବୈଭବୀଙ୍କ ମୃତଦେହକୁ ମୁମ୍ବାଇ ଆଣୁଛନ୍ତି। ସକାଳ ୧୧ ଟାରେ ତାଙ୍କ ଶେଷ ରୀତିନୀତି କରାଯିବ। ରେଷ୍ଟ ଇନ୍ ପିସ୍ ବୈଭବୀ। “
Shocking! A very fine actress and a dear friend Vaibhavi Upadhyay, popularly known as “ Jasmine “ of Sarabhai vs Sarabhai passed away. She met with an accident in north a few hours back. Rest in peace Vaibhavi #SarabhaiVsSarabhai #Hatsoff @sats45 @TheRupali pic.twitter.com/I7clRrQeMq
— DEVEN BHOJANI (@Deven_Bhojani) May 23, 2023
ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ବୈଭବୀଙ୍କ ଦୁର୍ଘଟଣା ଘଟିଥିଲା। ଜାତୀୟ ରାଜପଥ ଅଟୋ-ଲୁହରୀରେ ତାଙ୍କ କାର ଘାଇରେ ପଡ଼ିଯାଇଥିଲା। ଗାଡି ନିୟନ୍ତ୍ରଣ ହରାଇବା କାରଣରୁ ରାସ୍ତାର ଅପର ପାର୍ଶ୍ୱରେ ୫୦ ଫୁଟ ତଳେ ଥିବା ଘାଇରେ ପଡ଼ିଯାଇଥିଲା। ଗାଡି ବୈଭବୀଙ୍କ ବନ୍ଧୁ ଜୟ ଗାନ୍ଧୀ ଚଳାଉଥିଲେ। ସେ ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ବଞ୍ଜର ଡାକ୍ତରଖାନାରେ ଚାଲିଛି।
ବୈଭବୀ ଚମ୍ପକ, ସିଟି ଲାଇଟ୍, ତିମିର ଭଳି ଅନେକ ଫିଲ୍ମରେ କାମ କରିଥିଲେ। ସିରିଏଲ ଏବଂ ଫିଲ୍ମ ସହିତ ସେ ଥିଏଟରରେ ମଧ୍ୟ ବହୁତ ସକ୍ରିୟ ଥିଲେ। ସେ ଅନେକ ଗୁଜୁରାଟୀ ନାଟକରେ କାମ କରିଥିଲେ। ତାଙ୍କର ଶେଷ ସୋସିଆଲ ମିଡିଆ ଭିଡିଓ ହିମାଚଳ ପ୍ରଦେଶର ଥିଲା।