PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଚମକିବ ମା’ ଶାରଳାଙ୍କ ମନ୍ଦିର: ନବକଳେବର ପାଇଁ ସରକାର ଦେଲେ କୋଟିଏ

ଜଗତସିଂହପୁର ୧୭/୦୮: ରାଜ୍ୟ ସରକାର ମା’ ଶାରଳାଙ୍କ ମନ୍ଦିରର ନବକଳେବର ପାଇଁ ଏକ କୋଟି ଟଙ୍କା ଦେଇଛନ୍ତି। ଏଣୁ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଆଗାମୀ ଦିନରେ ଚମକି ଉଠିବାର ଆଶା ଜାଗି ଉଠିଛି । ଏହି ଅର୍ଥରେ ମନ୍ଦିରର ପାଚେରି, ରୋଷ ଘର, ଶ୍ରଦ୍ଧାଳୁମାନଙ୍କ ବିଶ୍ରାମ ଲାଗି ଯାତ୍ରୀ ନିବାସ, ଦାରୁସ୍ଥଳର ଉନ୍ନତିକରଣ ସହ କମ୍ୟୁନିଟି ସେଣ୍ଟର ଆଦି ନିର୍ମାଣ କରାଯିବାର ଖସଡ଼ା ପ୍ରସ୍ତୁତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ବିଗତ କିଛି ମାସ ହେଲାଣି ମା’ ଶାରଳାଙ୍କ ମନ୍ଦିରରେ କିଛି ବିଶୃଙ୍ଖଳା ସୃଷ୍ଟି ହୋଇ ଆସୁଛି। ତଥାପି ସବୁ ଦିଗ ଉପରେ ନଜର ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମନ୍ଦିର ଉନ୍ନତିକରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ଜିଲ୍ଲା ପୂର୍ତ୍ତ ବିଭାଗ ଜରିଆରେ ଜିଲ୍ଲାପାଳ ଝଙ୍କଡ଼ ପୀଠର ମା’ ଶାରଳାଙ୍କ ମନ୍ଦିରର ନବକଳେବର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯାହା ଏବେ ସରକାରଙ୍କ ଅର୍ଥ ମଞ୍ଜୁରୀ ପରେ ସାକାର ହେବାକୁ ଯାଉଛି।