PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପୁଣି ମାତିଲେ ସାରଥି ଭକ୍ତ,ସିମୁଳିଆରେ ସତ୍‌ସଙ୍ଗ

ସିମୁଳିଆ,୨୦/୭ (ଆ.ପ୍ର): ସନ୍ତୋଷ ରାଉଳ ଓରଫ ସାରଥି ବାବା ଏବେ ଅଛନ୍ତି ଚୌଦ୍ୱାର ଜେଲ୍‌ରେ । ବିଭିନ୍ନ ମାମଲାରେ ଏବେ ସେ କୋର୍ଟଙ୍କ ରାୟ ଅପେକ୍ଷାରେ ଜେଲ୍‌ କୋଠରୀରେ ଦିନ ଗଣୁଛନ୍ତି । ବାହାରେ କିନ୍ତୁ ଏବେ ପୁଣି ଥରେ ସାରଥିଙ୍କ ଭକ୍ତମାନେ ତାଙ୍କ ପ୍ରିୟ ବାବାଙ୍କୁ ଭୁଲି ପାରୁନାହାନ୍ତି । ଗୁରୁବାର ରାତିରେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ପଞ୍ଚାୟତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବାବାଙ୍କୁ ସ୍ମରଣ କରିବାକୁ ଯାଇ କେତେକ ତଥାକଥିତ ଭକ୍ତ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଛନ୍ତି ।
ରାତିରେ ପଞ୍ଚାୟତର ସାରଥି ଭକ୍ତ ଉତ୍ତମ କୁମାର ସାହୁ ନିଜ ଘରେ ସାରଥିଙ୍କ ଫଟୋ ପୂଜା କରିବା ସହ ବିଭିନ୍ନ ଲୋକଙ୍କୁ ଭକ୍ତ କରାଇବାକୁ ମଧ୍ୟ ଉଦ୍ୟମ କରି ଆସୁଥିଲେ । କିନ୍ତୁ ସାରଥି ଜେଲ୍‌ ଯିବା ପରେ ଏହା ପ୍ରାୟତଃ ବନ୍ଦ ହୋଇ ଯାଇଥିଲା ।

କିନ୍ତୁ ହଠାତ ଗୁରୁବାର ରାତିରେ ସେ ଫଟୋ ପୂଜାର ଏକ କାର୍ଯ୍ୟକ୍ରମ କରିଥିଲେ । ବିଭିନ୍ନ ଜିଲ୍ଲାରୁ ମଧ୍ୟ ଭକ୍ତମାନଙ୍କୁ ଆମନ୍ତ୍ରଣ କରିଥିଲେ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ଆଖ ପାଖ ଅଞ୍ଚଳର ଭକ୍ତମାନେ ଧଳା ଲୁଗା ପିନ୍ଧି ବେକରେ ହଳଦିଆ ଗାମୁଛା ପକାଇ ସଭାରେ ଯୋଗଦେଇଥିଲେ । ସାରଥିଙ୍କ ଫଟୋ ରଖି ପ୍ରାର୍ଥନା, ପୂଜା ଆରମ୍ଭ ହୋଇ ଯାଇଥିଲା ।
ଏହା ଦେଖି ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ । ସାରଥି ଭକ୍ତମାନଙ୍କୁ ଗୋଡ଼ାଇଥିଲେ । ଫଳରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହା ସଂଘର୍ଷର ରୂପ ନେବା ପୂର୍ବରୁ ରାତି ସାଢ଼େ ୯ଟାରେ ପୁଲିସ ଖବର ପାଇ ପହଞ୍ଚି ଯାଇଥିଲା । ଭକ୍ତମାନଙ୍କୁ ସେଠାରୁ ଜବରଦସ୍ତ ବିଦା କରିବା ସହ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଥିଲା । ଆୟୋଜକ ଉତ୍ତମ ମଧ୍ୟ ଭବିଷ୍ୟତରେ କେବେ ସାରଥିଙ୍କର କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବେ ନାହିଁ ବୋଲି ପୁଲିସକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।