PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

୧୦ଟଙ୍କାରେ ଶାଢ଼ି କିଣିବାକୁ ଜମୁଛି ଭିଡ଼: ଦଳାଚକଟାରେ ବହୁ ମହିଳା ଆହତ

ହାଇଦ୍ରାବାଦ୍,୧୮/୨: ତେଲେଙ୍ଗାନାରେ ସିଦ୍ଦିପେଟଠାରେ ଥିବା ଏକ ସପିଙ୍ଗ ମଲରେ ୧୦ ଟଙ୍କାରେ ମିଳୁଛି ଖଣ୍ଡେ ଶାଢ଼ି। ଶାଢ଼ି କିଣିବା ପାଇଁ ଜମୁଛି ମହିଳାଙ୍କ ଭିଡ଼। ଏହି ସପିଙ୍ଗ ମଲର ନାଁ ସିଏମ୍ଆର୍ ସପିଙ୍ଗ ମଲ୍। ଏଠାରେ ମାତ୍ର ୧୦ ଟଙ୍କାରେ ଖଣ୍ଡେ ଶାଢ଼ି ବିକୁଛନ୍ତି ବୋଲି ଖବର ପ୍ରକାଶିତ ହୋଇ ଯିବା ପରେ ବହୁ ସଂଖ୍ୟକ ମହିଳା ଓ ଝିଅ ମାଡ଼ି ଆସିଥିଲେ। ଏକକାଳୀନ ପ୍ରାୟ ୪୦୦ ମହିଳା ସେ ଅଣଓସାରିଆ ପ୍ରବେଶ ପଥ ଥିବା ମଲରେ ପ୍ରବେଶ କରିବାରୁ ଗୋଳମାଳିଆ ଓ ଦଳାଚକଟା ଭଳି ପରିସ୍ଥତି ସୃଷ୍ଟି ହୋଇଥିଲା। ଫଳରେ ୪ଜଣ ମହିଳା ଆହତ ହୋଇଥିଲେ। ଅବହେଳା କାରଣ ଦର୍ଶାଇ ପୁଲିସ ସମ୍ପୃକ୍ତ ମଲର ପରିଚାଳକଙ୍କୁ ବୁକ୍ତ କରିଛି।

ସପିଙ୍ଗ୍ ମଲରେ ପ୍ରବେଶ କରିବାକୁ ଲୋକେ ତାର ମୁଖ୍ୟ ସଟରକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଏଥିରେ ୫ ତୋଳାର ସୁନା ଚେନ୍, ନଗଦ ୬ ହଜାର ଟଙ୍କା, ଗୋଟିଏ ଡେବିଟ୍ କାର୍ଡ ହରାଇଥିବା କଥା ଭିଡ଼ରେ ପଶିଥିବା ଜଣେ ମହିଳା କହିଛନ୍ତି।

ଅଣଓସାରିଆ ଗେଟ୍ ଦେଇଯିବା ବେଳେ ଜଣେ ମହିଳା ପଡ଼ିଯିବାରୁ ଦଳଚକଟା ଆରମ୍ଭ ହୋଇଥିବା କଥା ପୁଲିସ କହିଛି। ପଡ଼ିଯାଇଥିବା ମହିଳାଙ୍କ ଉପରେ ଆଉ ତିନି ଜଣ ମହିଳା ପଡ଼ିଗଲେ। ଫଳରେ କୋଳାହଳ ଓ ଦଳ ଚକଟା ଆରମ୍ଭ ହୋଇଥିଲା। ଏଥିରେ ସମୁଦାୟ ୧୫ ଜଣ ମହିଳା ଆହତ ହୋଇଥିବା ଖବର ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର