PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଶେଷରେ ପ୍ରିୟଙ୍କା ଗାନ୍ଧୀ କରିଲେ ଏଭଳି କାମ, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡ଼ିଆରେ ଗତ କିଛି ଦିନ ହେବ ଚାଲିଛି ‘ଶାଢ଼ି ଟ୍ବିଟର’ ଅର୍ଥାତ୍ ଶାଢ଼ି ଟ୍ରେଣ୍ଡ । ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ମଧ୍ୟ ନିଜେ ଶାଢ଼ି ପିନ୍ଧିଥିବା ଫଟୋକୁ ଏହି ‘ଶାଢ଼ି ଟ୍ବିଟରେ ସେୟାର କରିଛନ୍ତି। କେବଳ ସେତିକି ନୁହେଁ, ଏହି ଟ୍ରେଣ୍ଡରେ ଏବେ ସାମିଲ ହୋଇଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କ ଗାନ୍ଧୀ।

ପ୍ରିୟଙ୍କା ନିଜେ ଶାଢ଼ି ପିନ୍ଧିଥିବା ଏକ ଫଟୋ ବୁଧବାର ଦିନ ସକାଳେ ଟ୍ବିଟରରେ ସେୟାର କରିଛନ୍ତି। ଖାସ୍ କଥା ହେଲା କି ଏହି ଫଟୋ ୨୨ ବର୍ଷ ତଳର ଫଟୋ। ତାହା ପୁଣି ତାଙ୍କ ବାହାଘର ସମୟର ଫଟୋ। ଫଟୋ ସେୟାର କରି ପ୍ରିୟଙ୍କା ଗାନ୍ଧି ଲେଖିଛନ୍ତି ଯେ, ଏହା ୨୨ବର୍ଷ ତଳର ଫଟୋ।

ପୂଜା କରୁଥିବା ସମୟରେ ଏହି ଫଟୋ ଉଠାଯାଇଥିଲା। ଏହି ଫଟୋକୁ ପ୍ରିୟଙ୍କା ଶାଢ଼ି ଟ୍ବିଟର ସହିତ ସେୟାର କରିଛନ୍ତି।

ତେବେ ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ଥାନ୍ତି। ପ୍ରିୟଙ୍କାଙ୍କ ବ୍ୟତୀତ କଂଗ୍ରେସ ଛାଡ଼ି ଶିବସେନାରେ ସାମିଲ ହୋଇଥିବା ପ୍ରିୟଙ୍କା ଚତୁର୍ବେଦୀ, କଂଗ୍ରେସ ନେତ୍ରୀ ରାଗିଣୀ ନାୟକ ମଧ୍ୟ ନିଜ ଶାଢ଼ି ଫଟୋ ଟ୍ବିଟରରେ ସେୟାର କରିଛନ୍ତି।