ବିଲୁପ୍ତପ୍ରାଣୀ ସାଳିଆପତନୀ ଉଦ୍ଧାର

ଭୁବନ, ୦୬/୦୨ : ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ପକ୍ଷରୁ ଆଜି ଏକ ସାଳିଆପତନୀ ଉଦ୍ଧାର କରାଯାଇଛି। ସାଳିଆପତନୀଟିକୁ ନୂଆଭୁବନ ରାସ୍ତା ପାର୍ଶ୍ଵରେ ବୁଲା କୁକୁର ଧରି ପକାଇଥିଲେ। ସ୍ଥାନୀୟ ଲୋକମାନେ ଏହି ବିଲୁପ୍ତ ପ୍ରାଣୀକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ। ବନବିଭାଗ ପକ୍ଷରୁ ସାଳିଆପତନୀକୁ ପ୍ରାଣୀ ଚିକିତ୍ସଳୟକୁ ନେଇ ଚିକିତ୍ସା କରାଯିବ ବୋଲି ରେଞ୍ଜର ଅନିତା ସେଠୀ ପ୍ରକାଶ କରିଛନ୍ତି। ତେବେ ଏହାର ଆନୁମାନିକ ବୟସ ୪ ବର୍ଷ ହେବବୋଲି ବନବିଭାଗ ପକ୍ଷରୁ ଜଣାଯାଇଛି।
