PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

କେନ୍ଦ୍ରାପଡ଼ାରୁ ବିଜେଡି ପ୍ରାର୍ଥୀ ହେବେ ଶଶୀଭୂଷଣ !

ଭୁବନେଶ୍ୱର,୩ା୪(ବ୍ୟୁରୋ): ହାଇପ୍ରୋଫାଇଲ୍‌ କେନ୍ଦ୍ରାପଡ଼ା ଲୋକସଭା ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ବିଧାନସଭା ଆସନରେ ବିଜେଡି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି । ଏମିତି ଖବର କେନ୍ଦ୍ରାପଡାରେ ଉଡି ବୁଲୁଛି । ବିଜେପି ଟାକି ବସିଛି, ବିଜେଡି ପ୍ରାର୍ଥୀ ଘୋଷଣାକୁ । ପରସ୍ପରକୁ ବେଶ ଛକାପଞ୍ଝାରେ ଅଛନ୍ତି । କଂଗ୍ରେସ ଦୀର୍ଘଦିନ ତଳୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନାମ ଘୋଷଣା କରି ସାରିଛି । ଗଣେଶ୍ୱରଙ୍କୁ ନିର୍ବାଚନୀ ମଣ୍ଡଳୀର ଅଧାରୁ ଅଧିକ ଅଞ୍ଚଳ ପ୍ରଚାର କରି ସାରିଲେଣି । ହେଲେ ବିଜେଡି, ବିଜେପିର ଅଙ୍କ ଛିଡୁନି ।

କେନ୍ଦ୍ରାପଡା ବିଜେଡି ଟିକେଟ ପାଇଁ ଦୁଇ ଜଣ ପ୍ରମୁଖ ଦାବିଦାର ଅଛନ୍ତି । ଜଣେ ହେଲେ ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ଅନ୍ୟତମ ଦାବିଦାର ହେଉଛନ୍ତି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ଉଭୟ ନବୀନ ନିବାସ ଆଗରେ ସମର୍ଥକଙ୍କୁ ଆଣି ଢ଼େର ନାଟକ ବାଜି କଲେଣି । ନବୀନ କିନ୍ତୁ ଉଭୟଙ୍କ ମଧ୍ୟରୁ କାହାକୁ ଭରସା କରିବେ, କିମ୍ବା କାହା ଉପରେ ଭରସା କରିବେନି ନାହା ନିଷ୍ପତ୍ତି ନେଇ ପାରୁନାହାଁନ୍ତି । କେନ୍ଦ୍ରାପଡା ମାଟି ଦ୍ୱିତୀୟ ଓ ତୃତୀୟ ଲାଇନ୍‌ରେ ଯେଉଁ ଦାବିଦାରମାନେ ଅଛନ୍ତି ସେମାନଙ୍କ ଉପରେ ମଧ୍ୟ ଭରସା ପାଉନି । ରେଳବାଇ ଚାକିରି ଛାଡି ରାଜନୀତିରେ ପାଦ ଥାପିବାକୁ ଗୋଡ ଟେକିଥିବା ବରିଷ୍ଠ ସୂଚନା ଅଧିକାରୀ ନିରାକାର ଦାସ, ଯୁବନେତା ରାଜେଶ ଦାସ, ଦୁଷ୍ମନ୍ତ ମଲ୍ଲିକଙ୍କ ଭଳି ଆଶାୟୀଙ୍କ ଲମ୍ବା ଲାଇନ୍‌ ରହିଛି ।

ଏମିତି ବି ଶୁଣିବାକୁ ମିଳୁଛି ଦୁଇ ପ୍ରମୁଖ ଦାବଦିାରଙ୍କ ମଧ୍ୟରୁ ଯାହାର ଟିକେଟ କଟିବ ସେ ତତ୍କାଳ ବିଜେପିରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କୁ କଡା ଟକ୍କର ଦେବ । ଯଦି ତାହା ସତ ହୁଏ ବିଜେଡି ପାଇଁ ଅଧିକ ରିସ୍କ ହେବ । ଏହି ମଉକାରେ ହୁଏତ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ଜିତିଯିବେ । ହେଲେ ଆଜି ନବୀନ ନିବାସ ବାହାରେ ଶଶୀଭୂଷଣଙ୍କୁ ନେଇ ନୂଆ ଚର୍ଚ୍ଚା ଉଠିଛି । କଥା ଏବେ ଭୁବନେଶ୍ୱର ଡେଇଁ କେନ୍ଦ୍ରାପଡାରେ ପହଞ୍ଚିଲାଣି । ନିଜ ଆସନ ଜୟଦେବ ନିର୍ବାଚନ ମଣ୍ଡଳୀ ଅରବିନ୍ଦ ଢ଼ାଲିଙ୍କ ହାତରେ ଦଳ ଟେକିଦେବା ପରେ ସମ୍ପୂର୍ଣ୍ଣ ନିରାଶ ହୋଇପଡ଼ିଛନ୍ତି ଶଶୀଭୂଷଣ । ଅବଶ୍ୟ ଟିକେଟ ନପାଇ ମଧ୍ୟ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି । ସେଥିଲାଗି ସୁପ୍ରିମୋ ନବୀନ ତାଙ୍କୁ ନାଖୁସ କରିବାକୁ ଚାହୁଁନାହାଁନ୍ତି । କେନ୍ଦ୍ରାପଡାରେ ତାଙ୍କୁ ଥାପିବା ପାଇଁ ଏକରକମ କସରତ ଆରମ୍ଭ ହୋଇଛି । ଶଶୀଭୂଷଣଙ୍କ ଶ୍ୱଶୂର ଘର କେନ୍ଦ୍ରାପଡାରେ । ତେଣୁ ଗାଁ ଜ୍ୱାଇଁ ହିସାବରେ ତାଙ୍କ ପ୍ରାର୍ଥୀତ୍ୱ ନେଇ ସେତେଟା ବିରୋଧ ହୋଇନପାରେ ।

ତାଛଡା ହାଇପ୍ରୋଫାଇଲ୍‌ ଲଢ଼େଇରେ ଅର୍ଥମନ୍ତ୍ରୀଙ୍କୁ ବାଜି ଲଗେଇ ବିଜେଡି ନିର୍ବାଚନକୁ ଆହୁରି ଓଜନିଆ କରିବାକୁ ଚାହୁଁଛି । ଅର୍ଥମନ୍ତ୍ରୀ କେନ୍ଦ୍ରାପଡାରୁ ପ୍ରାର୍ଥୀ ହେଉଛନ୍ତି ବୋଲି ଖବର ଉଡିବା ପରେ ପୁଣି ବିଜେଡିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । କିଛି ଦଳୀୟ କର୍ମୀ ପତିଆରା ଦେଖାଇବାକୁ ସିଧା ଶଶୀଭୂଷଣଙ୍କ ଭୁବନେଶ୍ୱର ସ୍ଥିତ କ୍ୱାର୍ଟରରେ ପହଞ୍ଚି ସାରିଲେଣି । ଏପଟେ ପ୍ରମୁଖ ଟିକେଟ ଦାବିଦାରଙ୍କ କହିବା କଥା ହେଲା ବରଂ ବାହାର ଲୋକ ଟିକେଟ ପାଉ ଆମ ଭିତରୁ କାହାକୁ ନ ମିଳୁ । ତେବେ ସମସ୍ତେ ନବୀନଙ୍କ ନିଷ୍ପତ୍ତିକୁ ସମସ୍ତେ ଚାହିଁବସିଛନ୍ତି ।