ପିଏମ୍ କିଷାନ୍ ଯୋଜନାରେ କାହିଁକି ୩ ଲକ୍ଷ ଚାଷୀଙ୍କ ନାଁ କଟିଲା ତାର ସ୍ପଷ୍ଟୀକରଣ ଦିଅନ୍ତୁ କେନ୍ଦ୍ର ସରକାର: ଶଶିଭୂଷଣ

source:http://www.odishabytes.com
ଭୁବନେଶ୍ୱର ୧୧/୩: ପ୍ରଧାନମନ୍ତ୍ରୀଙ୍କ କିଷାନ୍ ଓ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନା ନେଇ ପ୍ରତିକ୍ରିୟା ରଖିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ପିଏମ୍ ଯୋଜନାରେ ହିତାଧିକାରୀଙ୍କ ନାଁ କଟିଯିବା ନେଇ ପ୍ରଶ୍ନ କରିଛନ୍ତି ଶଶିଭୂଷଣ । ସେ ପ୍ରଶ୍ନ କରିଛନ୍ତି ଯେ ଯେଉଁ ତାଲିକା ଦିଆଯାଇଥିଲା ସେଥିରୁ ୩-୪ ଲକ୍ଷ ଚାଷୀଙ୍କ ନାଁ କାହିଁକି କଟାଗଲା ? ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସ୍ପଷ୍ଟୀକରଣ ଦେବାପରେ ଆମେ ସହଯୋଗ କରିବୁ । ଭୂମିହୀନ, ଦୁର୍ବଳ ଚାଷୀଙ୍କୁ ସାମିଲ ପାଇଁ ପରାମର୍ଶ ଦେଇଥିଲୁ । କିନ୍ତୁ ସେମାନେ ଆମ କଥା ଶୁଣିଲେନି ବୋଲି କହିଲେ ଶଶିଭୂଷଣ ।
କାଳିଆ ଯୋଜନା ନେଇ ସେ କହିଛନ୍ତି ଯେ ମାର୍ଚ୍ଚ ୩୧ ତାରିଖ ଯାଏଁ କାଳିଆ ଯୋଜନାରେ ଲୋକଙ୍କୁ ଟଙ୍କା ମିଳିବ । ମାତ୍ର ୧ରୁ ୨ ପ୍ରତିଶତ ଚାଷୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । କିଛି ବୈଷୟିକ ତୃଟି ପାଇଁ କିଛି ହିତାଧିକାରୀ ଟଙ୍କା ପାଇନାହାନ୍ତି । ସେନେଇ ଆମେ ତୁରନ୍ତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ କିଷାନ୍ ଯୋଜନାରେ ତାଲିକା ଠିକ୍ ନାହିଁ, ସେଥିପାଇଁ ହିତାଧିକାରୀଙ୍କ ନାଁ କଟିଛି: ସମୀର