Go-First ଏୟାରଲାଇନ୍ସ ଉପରେ ବିରକ୍ତ ହେଲେ ସତିଶ କୌଶିକ , ଯାତ୍ରୀଙ୍କୁ ହଇରାଣ କରୁଥିବା କଲେ ଅଭିଯୋଗ

ନୂଆଦିଲ୍ଲୀ : ନିର୍ମାତା-ଆକ୍ଟର ସତିଶ କୌଶିକ ଗୋ-ଫାଷ୍ଟ ଏୟାରଲାଇନ୍ ବିରୋଧରେ ଆଣିଛନ୍ତି ଅଭିଯୋଗ । ଏୟାରଲାଇନ୍ସର ବ୍ୟବହାରକୁ ନେଇ ହୋଇଛନ୍ତି ଖପ୍ପା। କିଛି ଦିନ ତଳେ ସେ ଫ୍ଲାଇଟ୍ରେ ଯାତ୍ରା କରିବା ବେଳେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ , ଯାହାକି ତାଙ୍କର ଯାତ୍ରା ଅଶାନ୍ତିକର ହୋଇଥିଲା । ଏନେଇ ଆକ୍ଟର ସୋସିଆଲ ମିଡ଼ିଆରେ ଏକ ଦୀର୍ଘ ପୋଷ୍ଟ ସହ ଏୟାରଲାଇନ୍ସର ଖରାପ ବ୍ୟବହାର ବିଷୟରେ ଦର୍ଶାଇଥିଲେ ।
ସତିଶ କହିଥିଲେ କି, ଏୟାରଲାଇନ୍ସର ଷ୍ଟାଫ୍ ପାସେଞ୍ଜରଙ୍କ ସହ ଭଲ ବ୍ୟବହାର କରୁନାହିଁ ଏବଂ ଅଧିକ ଟଙ୍କା ଆୟ କରିବା ପାଇଁ କନଫର୍ମ ସିଟ୍ ବି ଆଉ କାହାକୁ ଦେଇପାରେ। ସତିଶ କୌଶିକଙ୍କର ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବଂ ସେଲେବ୍ସଙ୍କ ଠାରୁ ନେଇ ପ୍ରଶଂସକଙ୍କ ଯାଏ ତାଙ୍କୁ ସମର୍ଥନ ଦେଇ କମେଣ୍ଟ କରୁଛନ୍ତି ।
ସତିଶ କୌଶିକ ଇନଷ୍ଟାଗ୍ରାମ୍ରେ ପୋଷ୍ଟ ସେୟାର କରି ଲେଖିଛନ୍ତି , ମୋ ଅଫିସ ଫ୍ଲାଇଟ୍ ପାଇଁ ମଝି ସିଟ୍ ଆଗରେ ଦୁଇଟି ସିଟ୍ ବୁକ୍ କରିଥିଲେ । ଏଥିପାଇଁ ୨୫ ହଜାର ଟଙ୍କାର ପେମେଣ୍ଟ ମଧ୍ୟ କରିଦେଇ ଥିଲି ଏବଂ ଏହି ଫ୍ଲାଇଟ୍ ମୁମ୍ୱାଇରୁ ଦେରାଡୁନ୍ ଥିଲା । ଅଫିସ୍ର ପେମେଣ୍ଟ ପରେ ବି ଫ୍ଲାଇଟ୍ ମିଡିଲ ସିଟ୍ ଆଉ କାହାକୁ ବିକ୍ରି କରିଦେଲା ।
ଏହି ଆକ୍ଟର ପୁଣି ଲେଖିଛନ୍ତି , ଗୋ-ଫାଷ୍ଟରୁ ଜୁବିନ ନାମଙ୍କ ବ୍ୟକ୍ତି ଏହା କହି ଯାତ୍ରୀଙ୍କର ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ କି ତାଙ୍କୁ ଆଗ ଫ୍ଲାଇଟ୍ରେ ସ୍ଥାନ ଦିଆଯାଉ । ହେଲେ ସେ ପାସେଞ୍ଜର ମାନିବାକୁ ପ୍ରସ୍ତୁତ ନଥିଲେ । ଏୟାରଲାଇନ୍ସର ଷ୍ଟାଫ୍ ସେହି ଯାତ୍ରୀଙ୍କ ପାଇଁ ସିଟ୍ ଆରେଞ୍ଜ କରିପାରୁନଥିଲେ , ଏଥିପାଇଁ ଫ୍ଲାଇଟ୍ ରହିଥିଲା । ଏମିତି ସ୍ଥିତିରେ ମୁଁ ନିଜର ସିଟ୍ ଜଣେ ସାଥି ଯାତ୍ରୀଙ୍କୁ ଦେବାକୁ ଭାବିଲି । ଜୁବନି ଓ ଏୟାର ହୋଷ୍ଟେସମାନେ ମୋତେ ଧନ୍ୟବାଦ ଦେଇଥିଲେ ।