ଅଫେରା ରାଇଜରେ ଅଭିନେତା ସତୀଶ କୌଶିକ, ୬୬ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

thelallantop
ମୁମ୍ବାଇ ୦୯/୦୩ : ବଲିଉଡ୍ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ହୋଇଛି। ୬୬ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସତୀଶଙ୍କ ବନ୍ଧୁ ଅନୁପମ ଖେର ଏହି ଦୁଃଖଦ ଖବରକୁ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛନ୍ତି। ଅଭିନେତାଙ୍କ ମୃତ୍ୟୁରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ସତୀଶ ଜଣେ ଅଭିନେତା ହେବା ସହ, ସେ ଜଣେ ନିର୍ଦ୍ଦେଶକ, ନିର୍ମାତା, ହାସ୍ୟ ଅଭିନେତା ଏବଂ ସ୍କ୍ରିନ୍ ରାଇଟର୍ ମଧ୍ୟ ଥିଲେ। ଏହି ଦୁଃଖଦ ଖବରକୁ ଟ୍ୱିଟ୍ କରି ଅନୁପମ୍ ଲେଖିଛନ୍ତି, ‘ମୃତ୍ୟୁ ଏହି ଦୁନିଆର ଅନ୍ତିମ ସତ୍ୟ! କିନ୍ତୁ ଏହି କଥା ମୁଁ ମୋର ସର୍ବୋତ୍ତମ ବନ୍ଧୁ ସତୀଶ କୌଶିକଙ୍କ ବିଷୟରେ ଲେଖିବି, ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି। ୪୫ ବର୍ଷର ବନ୍ଧୁତା ଉପରେ ହଠାତ୍ ପୂର୍ଣ୍ଣଛେଦ !! ତୁମ ବିନା ଜୀବନ କଦାପି ପୂର୍ବପରି ହେବ ନାହିଁ, ସତୀଶ। ଓମ୍ ଶାନ୍ତି।’
जानता हूँ “मृत्यु ही इस दुनिया का अंतिम सच है!” पर ये बात मैं जीते जी कभी अपने जिगरी दोस्त #SatishKaushik के बारे में लिखूँगा, ये मैंने सपने में भी नहीं सोचा था।45 साल की दोस्ती पर ऐसे अचानक पूर्णविराम !! Life will NEVER be the same without you SATISH ! ओम् शांति! 💔💔💔 pic.twitter.com/WC5Yutwvqc
— Anupam Kher (@AnupamPKher) March 8, 2023
ସତୀଶ ‘ମିଷ୍ଟର୍ ଇଣ୍ଡିଆ’ ଫିଲ୍ମରେ କ୍ୟାଲେଣ୍ଡର ଚରିତ୍ରରେ ଅଭିନୟ କରି ସ୍ୱୀକୃତି ଲାଭ କରିଥିଲେ। ଏହା ପରେ ସେ ଅନେକ ଫିଲ୍ମରେ ପାର୍ଶ୍ୱ ଭୂମିକାରେ ଅଭିନୟ କରିଥିଲେ। ସେ ନିଜର ଦୃଢ ଅଭିନୟ ସହିତ ସମସ୍ତଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିଥିଲେ। ସେ ‘ରାମ ଲଖନ୍’ ଏବଂ ‘ସାଜନ ଚଲେ ସସୁରାଲ୍’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ସତୀଶ ଏବେ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ ରେ କାମ କରୁଥିଲେ। କିନ୍ତୁ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ସେ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲିଗଲେ।