PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ବିଜେପିରେ ୨୮ ବର୍ଷର ଇନିଂସ ଶେଷ

source:www.ndtv.com

ନୂଆଦିଲ୍ଲୀ,୬ା୪(ଏଜେନ୍ସି): ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା ପଦ୍ମ ଛାଡ଼ି ହାତ ଧରିଛନ୍ତି । ଫଳରେ ବେିଜପେିର ତାଙ୍କର ୨୮ ବର୍ଷର ଇନିଂସରେ ବିରାମ ଲାଗିଛି । ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହା ସହିତ ସେ ବିହାରର ପାଟନାସାହିବ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ କଂଗ୍ରେସ ଘୋଷଣା କରିଛି । ଏଠାରୁ ସେ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ।

କଂଗ୍ରେସରେ ସାମିଲ ହେବା ପରେ ଶତ୍ରୁଘ୍ନ ବିଜେପିକୁ ଏହାର ୩୯ତମ ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଥିଲେ । ବିଜେପିର କେତେକ ଲୋକଙ୍କ ନୀତି ଯୋଗୁ ତାଙ୍କ ନିକଟରେ ଦଳତ୍ୟାଗ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । ପରେ ବିଜେପି ଉପରେ ଜୋର୍‌ଦାର ବର୍ଷି ସେ କହିଥିଲେ, ବିଜେପିର ବରିଷ୍ଠ ଲୋକମାନଙ୍କୁ ଅଣଦେଖା କରାଯାଇ ସେମାନଙ୍କୁ ମାର୍ଗଦର୍ଶକ ଗୋଷ୍ଠୀରେ ରଖାଯାଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନେଇ ଗୋଟେ ହେଲେ ବି ବୈଠକ ହୋଇନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଉପରେ ନିଜର କ୍ଷୋଭ ଜାହିର କରି ଶତ୍ରୁଘ୍ନ ବିଜେପିକୁ ‘ୱାନ୍‌ ମ୍ୟାନ୍‌ ସୋ’ ଏବଂ ୨ ମ୍ୟାନ ଆର୍ମି’ର ଆଖ୍ୟା ଦେଇଛନ୍ତି । ତେବେ ଶତ୍ରୁଘ୍ନ ନିଜ ଭାଷଣରେ ବିଜେପିର ବରିଷ୍ଠ ନେତା ଆଡ୍‌ଭାନୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶଂସା କରଛନ୍ତି । ୧୯୯୧ ମସିହାରେ ଶତ୍ରୁଘ୍ନ ବିଜେପିରେ ଯୋଗ ଦେଇଥେିଲ । ୨୦୧୪ରେ ସେ ବିଜେପି ଟିକେଟରେ ବିଜୟୀ ହୋଇଥିଲେ ।