ସତ୍ୟବାଦୀ କଳାମନ୍ଦିର ବାର୍ଷିକ ଉତ୍ସବ ଖଣ୍ଡୁଆ ସମ୍ମାନ -୨୦୨୩ ଅନୁଷ୍ଠିତ

ତିଗିରିଆ – ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତସ୍ଥିତ କଳା ସଂସ୍କୃତି ଭିତ୍ତିକ ଶିକ୍ଷାନୁଷ୍ଠାନ ସତ୍ୟବାଦୀ କଳାମନ୍ଦିରର ୨୯ ତମ ବାର୍ଷିକ ଉତ୍ସବ (ଖଣ୍ଡୁଆ ସମ୍ମାନ ୨୦୨୩ ) ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୂଆପାଟଣା ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଉତ୍ସବ ପାଳିତ ହୋଇଥିଲା।
ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଅନୁଷ୍ଠାନର ସଭାପତି ଭାଗୀରଥିନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ଯ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କଳାକାର ମନୋରଞ୍ଜନ ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧକ୍ଷ ମାନସ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ଧୃବ ଚରଣ ଦାସ , ସମ୍ପାଦକ ପ୍ରକାଶ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦୀପ ବର୍ଦ୍ଧନ ସ୍ଵାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ ।

ଅନୁଷ୍ଠାନର ଛାତ୍ରୀ ପ୍ରଜ୍ଞା ପାରମିତା ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରକାଶ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ଥିଲା । ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ସ୍ଵାଗତ ବନ୍ଦନା ଗାନ କରାଯାଇଥିଲା ।

ସେହିପରି ଖଣ୍ଡୁଆପାଟ ପାଇଁ ଉକ୍ତ ଅଞ୍ଚଳର ଖ୍ୟାତି ବଢ଼ିଥିବାରୁ ଅନେକ କଳାକାର,ସୁନାମଧନ୍ୟ ବୁଣାକାର, ସାମ୍ବାଦିକ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଖଣ୍ଡୁଆ ସମ୍ମାନରେ ସମ୍ମାନିତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।