ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରାହୁଲଙ୍କ ପରିବର୍ତ୍ତନ ସଂକଳ୍ପ ସମାବେଶକୁ ଆସି ହଜିଗଲେ, ରୁଚିକା ଚାଇଲ୍ଡ ଲାଇନ୍‌ରେ ସତ୍ୟନାରାୟଣ

ଚନ୍ଦକା,୨୫ା୧(ଆପ୍ର): ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋଠାରେ ଅନୁଷ୍ଠିତ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶକୁ ଆସି ଅଧା ରାସ୍ତାରେ ରହିଯାଇଥିବା ସତ୍ୟନାରାୟଣ ଚଉପାଲ ନାମକ ଜଣେ ବାଳକକୁ ଆଜି ରାତିରେ ଚନ୍ଦକା ପୁଲିସ ସାମନ୍ତରାପୁର ସ୍ଥିତ ‘ରୁଚିକା ଚାଇଲ୍ଡ ଲାଇନ’କୁ ପଠାଇ ଦେଇଛି ।
ପୁଲିସ ସୂଚନାନୁଯାୟୀ, କଟକରୁ କିଛି କଂଗ୍ରେସ କର୍ମୀ ଏକ ଗାଡ଼ିରେ ରାହୁଲଙ୍କ ସମାବେଶକୁ ଯ।।ଉଥିବା ବେଳେ ଦାରୁଠେଙ୍ଗ ଜଙ୍ଗଲ ପାଖ ଏକ ହୋଟେଲରେ ଅଟକିଥିଲେ । କଂଗ୍ରେସ କର୍ମୀମାନେ ଖିଆପିଆ କରି ତମାଣ୍ଡୋ ଯାତ୍ରା କରିଥିଲେ । ମାତ୍ର ଏହି ଗାଡ଼ିରେ ଆସିଥିବା ୧୩ ବର୍ଷର ବାଳକ ସତ୍ୟନାରାୟଣ ଚଉପାଲ ରହିଯାଇଥିଲେ । ସ୍ଥାନୀୟ ଅଞ୍ଚଳବାସୀ ବାଳକ ସତ୍ୟନାରାୟଣଙ୍କୁ ପୁଲିସ ଜିମା ଦେଇଥିଲେ । ଚନ୍ଦକା ପୁଲିସ ସତ୍ୟନାରାୟଣଙ୍କଠାରୁ ତାଙ୍କ ବାପା ପ୍ରତାପ ଚନ୍ଦ୍ର ଚଉପାଲ, ଘର ଚଣ୍ଡୀଛକ, କଟକ ଜାଣିବା ପରେ ଏ ସମ୍ପର୍କରେ କଟକ କ୍ୟାଣ୍ଟେନମେଣ୍ଟ ଥାନା ସହ ଯୋଗା ଯୋଗ କରିଥିଲେ । ଚଣ୍ଡୀଛକ କ୍ୟାଣ୍ଟେନମେଣ୍ଟ ଥାନା ଅଧୀନରେ ନୁହେଁ ବୋଲି ଜାଣିବା ପରେ ଚନ୍ଦକା ପୁଲିସ ଲାଲବାଗ ଥାନା ସହ ଯୋଗଯୋଗ କରିଥିଲା । ଲାଲବାଗ ଥାନା ପୁଲିସ ସମ୍ପୃକ୍ତ ଅଞ୍ଚଳରେ ଅନୁସନ୍ଧାନ କରିଥିଲେ ହେଁ ପ୍ରତାପ ଚନ୍ଦ୍ର ଚଉପାଲଙ୍କ ଘର ଠାବ କରିନାହିଁ । ଫଳରେ ଚନ୍ଦକା ପୁଲିସ ରାତିରେ ସତ୍ୟନାରାୟଣଙ୍କୁ ରୁଚିକା ଚାଇଲ୍ଡ ଲାଇନକୁ ପଠାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.