ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସତ୍ୟେନ୍ଦ୍ର ଜୈନଙ୍କ ମସାଜ ମାମଲାରେ FIR ଯାଏ ପହଞ୍ଚିଲା କଥା , ଆପ୍‌ ଦେଲା ପ୍ରମାଣ

ନୂଆଦିଲ୍ଲୀ : ଅନେକ ବିଜେପି ନେତା ଶନିବାର ଦିଲ୍ଲୀ ସରକାରଙ୍କର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଏକ ଭିଡ଼ିଓ ସେୟାର କରିଛନ୍ତି , ଯାହାଙ୍କୁ ଚଳିତ ବର୍ଷ ମଇ ମାସରେ ଅଭିଯୋଗ ମୁତାବକ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇ ଥିଲା । ଭିଡ଼ିଓରେ ସତ୍ୟେନ୍ଦ୍ର ଜୈନ ଜେଲ୍‌ରେ ମସାଜ କରାଉ ଥିବାର ଦେଖିବାକୁ ମିଳୁଛି। ଭିଡ଼ିଓଟି ତିହାଡ ଜେଲର ଅଧିକ୍ଷକ ଅଜିତ କୁମାରଙ୍କୁ ଜେଲ୍‌ରେ ବନ୍ଦୀ ମନ୍ତ୍ରୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଆଯାଉ ଥିବାର ଅଭିଯୋଗରେ ନିଲମ୍ୱିତ କରାଯିବାର କିଛି ଦିନ ପରେ ସାମ୍ନାକୁ ଆସିଛି।

ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀର ଉପରାଜ୍ୟପାଳଙ୍କ ଦ୍ୱାରା ଗଠିତ ଏକ ଯାଞ୍ଚ ସମିତିର ସୁପାରିଶ ଆଧାରରେ କରାଯାଇ ଥିଲା। ଜେଲ୍‌ରେ ବନ୍ଦୀ ସୁକେଶ ଚନ୍ଦ୍ରଶେଖର ଜେଲ୍‌ ନମ୍ୱର ୭ର ଅଧିକ୍ଷକଙ୍କ ଉପରେ ଅଭିଯୋଗ କରିଥିଲେ ଯେ, ଜେଲ୍‌ରେ ବନ୍ଦୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଆଯାଉଛି।

wp:html /wp:html

ଆମ୍‌ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି, ଜୈନଙ୍କୁ ମେରୁଦଣ୍ଡ ହାଡ଼ରେ ଆଘାତ କାରଣରୁ ଫିଜିଓଥେରାପିର ପରାମର୍ଶ ଦିଆଯାଇଥିଲା , ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ତାଙ୍କ ଅସୁସ୍ଥତାର ମଜାକ୍‌ କରୁଛି।

ସିସୋଦିଆ କହିଛନ୍ତି , ଡାକ୍ତର ସତ୍ୟେନ୍ଦ୍ର ଜୈନଙ୍କୁ ଫିଜିଓଥେରାପିର ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଆମ୍‌ ଆଦମୀ ପାର୍ଟି ସବୁ ଅଭିଯୋଗକୁ ମୂଲ୍ୟହୀନ ଓ ଅମୂଳକ କହି ଖାରଜ କରି ଦେଇ ଥିଲା । ଆଜି ଜାରି କରାଯାଇ ଥିବା ଭିଡ଼ିଓରେ ସତ୍ୟେନ୍ଦ୍ର ଜୈନଙ୍କୁ ତିହାଡ ଜେଲରେ ନିଜର ସେଲ୍‌ରେ ପାଦ ,ପିଠି ଓ ମୁଣ୍ଡର ମାଲିସ କରିବା ଦେଖିବାକୁ ମିଳିଛି ।

ବିଜେପି ନେତା ଶହଜାଦ ଜୟହିନ୍ଦ ଭିଡ଼ିଓ ଟ୍ୱିଟ୍‌ କରି ଲେଖିଛନ୍ତି , ଜେଲ୍‌ରେ ଭିଭିଆଇପି ଟ୍ରିଟମେଣ୍ଟ ! କେଜ୍ରିୱାଲ କଣ ଏମିତି ମନ୍ତ୍ରୀଙ୍କ ରକ୍ଷା କରିପାରନ୍ତି ? ତାଙ୍କୁ କଣ ନିଲମ୍ୱିତ କରିଦେବା ଉଚିତ୍‌ ନୁହେଁ କି ? ଏହା ଆପ୍‌ର ପ୍ରକୃତ ଚେହେରାକୁ ପଦାକୁ ଆଣିଛି ।

Copyright © 2022 - Summa Real Media Private Limited. All Rights Reserved.