ପ୍ରମୂଖ ଖବର
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ସାଉଦି ଆରବର ବଡ଼ ନିଷ୍ପତ୍ତି, ମକ୍କାରେ ହଜ୍ ପାଇଁ ବିନା ଅନୁମତିରେ ପହଁଞ୍ଚିଲେ ମିଳିବ କଠିନ ଦଣ୍ଡ

Published By : Prameya | April 29, 2025 4:53 PM

ନୂଆଦିଲ୍ଲୀ,୨୯।୪: ସାଉଦି ଆରବରେ ହଜ୍ ଯାତ୍ରା ଆରମ୍ଭ ହୋଇ ସାରିଛି। ଏହା ଭିତରେ ସାଉଦି ଆରବର ଗୃହମନ୍ତ୍ରଣାଳୟ ଘୋଷଣା କରିଛନ୍ତି ଯେ, ବିନା ପରମିସନ୍‌ରେ ହଜ୍ ଯାତ୍ରାରେ ଆସୁଥିବା ଲୋକଙ୍କୁ କଠିନ ଦଣ୍ଡ ମିଳିବ। ଏଭଳି ଲୋକଙ୍କୁ ଧରିବା ପାଇଁ ୨୦ ହଜାର ରିୟାଲ ବଲ୍ ଅର୍ଥାତ ୫ ହଜାର ଆମେରିକୀୟ ଡଲାର  ଫାଇନ୍ ଦେବାକୁ ହେବ। ଏହାଛଡା ଏଭଳି ଳୋକଙ୍କୁ ସାଉଦି ଆରବରେ ପଶିବାକୁ ସାହାଯ୍ୟ କରୁଥିବା ଲୋକଙ୍କ ଉପରେ ମଧ୍ୟ କଡ଼ା ଆକ୍ସନ ନିଆଯିବ।

ଏହି କଟକଣା ମଙ୍ଗଳବାରୁ ୧୦ ଜୁନ୍ ପର୍ଯ୍ୟନ୍ତ ଲାଗୁ କରାଯିବ। କେବଳ ସେତିକି ନୁହେଁ ଏଭଳି ଭିସାଧାରୀଙ୍କ ଉପରେ ମଧ୍ୟ ଫାଇନ୍ ଲାଗିବ, ଯେଉଁମାନେ ଅନ୍ୟ କୌଣସି କାମରେ ସାଉଦି ଆରବ ଆସିଥିଲେ ଓ ବିନା ଅନୁମତିରେ ମକ୍କା ପହଁଞ୍ଚି ଯାଇଥିଲେ। ସାଉଦି ଆରବ ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ,ମକ୍କାରେ ସେହି ଲୋକଙ୍କୁ ଏଣ୍ଟ୍ରି ମିଳିବ, ଯାହାଙ୍କ ଭିସାରେ ହଜ ଯାତ୍ରାର ପରମିଶନ୍ ରହିଛି।

କେବଳ ସେତିକି ନୁହେଁ, ଯଦି ନିୟମର ଉଲଘଂନ ବହୁ ଲୋକ କରନ୍ତି ତେବେ ସମସ୍ତଙ୍କ ଉପରେ ଫାଇନ ଲାଗିବ। ଏହାଛଡା ମକ୍କା ସିଟି ପର୍ଯ୍ୟନ୍ତ ପରମିଶନ୍‌ ନଥିବା ଲୋକଙ୍କୁ ନିଜର ବାହନରେ ନେଇକି ଆସୁଥିବା ଲୋକଙ୍କ ଉପରେ ମଧ୍ୟ ଫାଇନ୍ ଲାଗିବ। ହୋଟେଲ, ଆପାର୍ଟମେଣ୍ଟ, ପ୍ରାଇଭେଟ୍‌ ହାଉସିଂହ ଭଳି ବ୍ୟବସ୍ଥା କଲେ ମଧ୍ୟ ଫାଇନ୍ ଦେବାକୁ ପଡିବ। ସାଉଦି ଆରବ ପ୍ରଶାସନ ସ୍ପଷ୍ଟ ଭାବରେ କହିଛି ହଜର ବିନା ଅନୁମତି ଥିବା ଲୋକ ମକ୍କା ନଆସନ୍ତୁ। ଏହାଛଡା ଏଭଳି ଲୋକଙ୍କୁ ରହିବା, ଖାଇବା-ପିଇବା ଓ ପରିବହନ ବ୍ୟବସ୍ଥା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦଣ୍ଡିତ କରାଯିବ। ସାଉଦି ଆରବ ପ୍ରଶାସନର କହିବା ଅନୁସାରେ, ମକ୍କାରେ ଭିଡ ନିୟନ୍ତ୍ରଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ଉପାୟ ଗ୍ରହଣ କରାଯାଇଛି। ଏହାଛଡା ଭିକାରୀଙ୍କୁ ମଧ୍ୟ ଦୂରେଇ ରହିବାକୁ  କୁହାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.