ଆପଣଙ୍କ ପାଖରେ ଅଛି କି ଏହି ଡିଗ୍ରୀ, ଷ୍ଟେଟ୍ ବ୍ୟାଙ୍କରେ ମିଳିବ ୧୨ରୁ ୧୫ ଲକ୍ଷ ଟଙ୍କାର ଚାକିରୀ

source:inc42.com
ନୁଆଦିଲ୍ଲୀ ୨୮/୧: ଏସବିଆଇ ନିଯୁକ୍ତି ୨୦୧୯ରେ ବରିଷ୍ଠ କାର୍ଯ୍ୟକାରୀ ପଦ ପାଇଁ ଚୟନ ହେବାକୁ ଯାଉଛି । ଆପଣଙ୍କୁ କହିରଖୁଛୁ ସମୁଦାୟ ୧୫ ପଦରେ ଭର୍ତ୍ତି ହେବାକୁ ଯାଉଛି । ଏହି ପଦ ପାଇଁ ଅନ୍ତିମ ତିଥି ୧୧ ଫେବୃୟାରୀ ନିର୍ଦ୍ଧାରିତ ହୋଇଛି । ପ୍ରାର୍ଥୀଙ୍କୁ ୨୫ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଚାକିରୀ ପାଇଁ ସମ୍ପର୍କିତ ସୂଚନା ନିମ୍ନରେ ଦିଆଯାଇଛି ।
ପଦ ନାମ –ବରିଷ୍ଠ କାର୍ଯ୍ୟକାରୀ(କ୍ରେଡିଟ୍ ସମୀକ୍ଷା)
ପଦସଂଖ୍ୟା–୧୫
ବେତନ—୧୨ରୁ ୧୫ ଲକ୍ଷ ବାର୍ଷିକ
ଶିକ୍ଷାଗତ ଯୋଗ୍ୟତା
ଆପଣଙ୍କୁ କହିରଖୁଛୁ ପ୍ରାର୍ଥୀଙ୍କ ନିକଟରେ ଚାଟାର୍ଡ ଆକାଉଣ୍ଟ/ଏମବିଏ/ମାଷ୍ଟର ଇନ୍ ଫାଇନାନ୍ସ କଣ୍ଟ୍ରୋଲ/ମାଷ୍ଟର ଇନ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍/ଫାଇନାନ୍ସ ଡିଗ୍ରୀ ଥିବା ବାଧ୍ୟତାମୂଳକ ।
ଆବେଦନ ଶୁଳ୍କ
ଜେନେରାଲ ଓ ଓବିସି ପାଇଁ ୬୦୦/-ଟଙ୍କା
SC / ST / PWD ପାଇଁ ୧୦୦/-ଟଙ୍କା
ଆବେଦନକାରୀ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ପରୀକ୍ଷା ଶୁଳ୍କ ପୈଠ କରିପାରିବେ ।
ତାରିଖ
ଅନଲାଇନ୍ ଆବେଦନ କରିବାର ତାରିଖ ଆରମ୍ଭ ୨୨ ଜାନୁୟାରୀ ୨୦୧୯
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ୧୧ ଫେବୃୟାରୀ ୨୦୧୯
ଏମିତି କରନ୍ତୁ ଆବେଦନ
ଇଛୁକ ପ୍ରାର୍ଥୀ ୱେବସାଇଟ୍ https://www.sbi.co.in ମାଧ୍ୟମରେ ଏହି ତାରିଖ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ । ସର୍ଟଲିଷ୍ଟିଙ୍ଗ ଓ ଇଣ୍ଟରଭ୍ୟୁ ଆଧାରରେ ଚୟନ କରାଯିବ । ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ । ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।