PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

କ୍ରେଡିଟ୍‌ କାର୍ଡ ହୋଇଯାଇଥିଲା ଏକ୍ସପାଏରୀ, ତଥାପି ଆସିଲା ବିଲ୍‌ : ଏବେ ଏସବିଆଇ କାର୍ଡକୁ ଭରିବାକୁ ହେବ ୨ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୨୬।୫: କ୍ରେଡିଟ୍‌ କାର୍ଡର ବ୍ୟବହାର ଦେଶରେ ଖୁବ୍ ଦୃତ ଗତିରେ ବଢିବାରେ ଲାଗିଛି। ଏହା ଲୋକଙ୍କୁ କିଛି ଆଶ୍ବସ୍ଥି ଦେଉଥିଲେ ମଧ୍ୟ କ୍ଷତି ମଧ୍ୟ ଅଧିକ ରହିଛି।  ଅଧିକରୁ ଅଧିକ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ ଦେବାର ରେସ୍‌ରେ ବଡ଼ଠାରୁ ନେଇ ଛୋଟ ବ୍ୟାଙ୍କ ମଧ୍ୟ ରହିଛି। କିନ୍ତୁ ଏହା ଭିତରେ ବହୁବାର ବ୍ୟାଙ୍କ ପକ୍ଷରୁ ଏଭଳି ଭୁଲ ହୋଇଯାଇଥାଏ ଯାହାକି ତାଙ୍କ ଉପରେ ଭାରି ପଡିଯାଇଥାଏ। ତାଜା ମାମଲା ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କାର୍ଡ ଆଣ୍ଡ ପେମେଣ୍ଟ ସର୍ଭିସ ସହିତ ଯୋଡି ହୋଇ ରହିଛି, ଯେଉଁଥିରେ କମ୍ପାନୀର ଭୁଲ କାରଣରୁ ତା’ ଉପରେ ଲକ୍ଷାଧିକ ଟଙ୍କା ଜରିମାନା ଲଗାଯାଇଛି।

ଦିଲ୍ଲୀର ଏକ କଞ୍ଜୁମର କୋର୍ଟ ଏସବିଆଇ କାର୍ଡ ଆଣ୍ଡ ପେମେଣ୍ଟ ସର୍ଭିସ ଉପରେ ପୁରା ଦୁଇ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ପିଟିଆଇ ଅନୁସାରେ, ଏସବିଆଇ କାର୍ଡ ବିରୋଧରେ ଏକ କାର୍ଡ ୟୁଜର ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଜଣକ ହେଲେ ପୂର୍ବତନ ସାମ୍ବାଦିକ ଏମ୍‌ଜେ ଆନ୍ଥୋନୀ। ସେ କଞ୍ଜୁମର କୋର୍ଟଙ୍କୁ କହିଛନ୍ତି, ତାଙ୍କ ଦ୍ବାରା କ୍ରେଡିଟ୍‌ କାର୍ଡକୁ କ୍ୟାନସେଲ୍‌ କରିବା ପରେ ଲଗାତାର ବକେୟା ବିଲ୍‌ ପଠାଯାଉଥିଲା ଓ ଏଥିରେ ଲେଟ୍‌ ଫି’ ସହିତ ଜରିମାନା ମଧ୍ୟ ଲଗାଯାଉଥିଲା।

ଆନ୍ଥୋନୀଙ୍କ କହିବା ଅନୁସାରେ, ଗତ ୯ ଅପ୍ରେଲ ୨୦୧୬ ପରେ ମୁଁ ନିଜର କ୍ରେଡିଟ୍ କାର୍ଡରୁ ଲେଣ-ଦେଣ ବନ୍ଦ କରିଦେଇଥିଲି। ସେତେବେଳେ କୌଣସି ପେମେଣ୍ଟ ମଧ୍ୟ ବକେୟା ନଥିଲା। ଏଥିରେ କଥା ପ୍ରୋସେସ୍‌ ଅନୁସାରେ, ମୁଁ ନିଜର କାର୍ଡକୁ ବନ୍ଦ କରିବା ପାଇଁ ଆପ୍ଲିକେସନ୍ ଦେଇଥିଲି, ଏହାପରେ ସେହି ବର୍ଷ ସେପ୍ଟେମ୍ବରରେ କାର୍ଡ ରଦ୍ଦ କରିବାର ଲେଟର ମଧ୍ୟ ମିଳିଥିଲା। କିନ୍ତୁ କିଛି ସମୟ ପରେ ଏସବିଆଇ କାର୍ଡ ପକ୍ଷରୁ ମୋର ରେଜିଷ୍ଟର୍ଡ ମେଲ୍‌ରେ ବିଲ୍‌ ଆସିବା ଆରମ୍ଭ ହୋଇଯାଇଥିଲା। ମୁଁ ତାଙ୍କୁ ଅଣଦେଖା କରିଥିଲି, କାରଣ ମୋର କୌଣସି ପେମେଣ୍ଟ ବକେୟା ନଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ଲଗାତାର ଲେଟ୍‌-ଫି ଓ ଜରିମାନା ଲଗାଯାଉଥିଲା ଓ ୧୮ ମଇ ୨୦୧୭ ପର୍ଯ୍ୟନ୍ତ ବିଲ୍‌ ୨,୯୪୬ ଟଙ୍କା ହୋଇଯାଇଥିଲା।

ଏମ୍‌ଜେ ଆନ୍ଥୋନୀ ଏହାର ଅଭିଯୋଗ କଞ୍ଜୁମର କୋର୍ଟରେ ରୁଜୁ କରିଥିଲେ ଓ ପୁରା ଘଟଣା ସମ୍ପର୍କରେ ଜଣାଇଥିଲେ। ସେ କୋର୍ଟକୁ କହିଥିଲେ କାର୍ଡ ବନ୍ଦ କରିବା ପରେ ମଧ୍ୟ ତାଙ୍କୁ ଲଗାତାର ବିଲ୍‌ ପଠାଇ ହଇରାଣ କରାଯାଇଥିଲା, ବଂର ବାକି କମ୍ପାନୀ ଦ୍ବାରା ତାଙ୍କୁ ଆରବିଆଇର ବିଲଫୁଲ୍‌ ଡିଫଲ୍ଟରଙ୍କଠାରୁ CIBIL ସିଷ୍ଟମରେ ବ୍ଲାକଲିଷ୍ଟ ମଧ୍ୟ କରି ଦିଆଯାଇଥିଲା। ଏହି କାରଣରୁ ସେ ଏଭଳି ଏକ ବ୍ୟାଙ୍କରୁ ମଧ୍ୟ ନୂଆ କ୍ରେଡିଟ୍ କାର୍ଡ ନେଇପାରିନଥିଲେ, ଯେଉଁଥିରେ ୨୦ ବର୍ଷ ହେବ ତାଙ୍କର ଖାତା ଚାଲିଛି।  

କ୍ରେଡିଟ୍‌ କାର୍ଡ ଏକ୍ସପାୟର ହେବାପରେ ଗ୍ରାହକଙ୍କୁ ଲଗାତାର ବିଲ୍‌ ଓ ସେଥିରେ ଲେଟ୍‌ ଫି’ ଓ ଅନ୍ୟ ଜରିମାନା ଯୋଡା ଯିବାର ଏହି ମାମଲାକୁ କଞ୍ଜୁମର କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି ଓ ଆନ୍ଥୋନୀଙ୍କ ଅଭିଯୋଗକୁ ଠିକ୍ ବୋଲି କହିଛନ୍ତି। ମୋନିକା ଏ ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ କୋର୍ଟ ଏବେ ଏହି ମାମଲାରେ ଏସ୍‌ବିଆଇ କାର୍ଡସ ଆଣ୍ଡ ପେମେଣ୍ଟ ସର୍ଭିସେଜ୍ ଉପରେ ଦୁଇ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।

କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା ଅଭିଯୋଗକାରୀଙ୍କୁ ସେବା ଦେବାରେ ବିଫଳ ରହିବା ଓ ତାଙ୍କର କ୍ରେଡିଟ୍‌ ରେଟିଂ ଖରାପ ହେବା ଫଳରେ ହୋଇଥିବା କ୍ଷତିପୂରଣ ପରିଶୋଧ ଟଙ୍କା ହୋଇପାରିବନି। କିନ୍ତୁ ଏଭଳି କରିଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଖୁବ୍ ଜରୁରୀ। ତେବେ ଯୁକ୍ତି ବେଳେ କମ୍ପାନୀ ସବୁ ଅଭିଯୋଗକୁ ଭୁଲ ବୋଲି କହିଥିଲା, କିନ୍ତୁ ତା’ର ଦଲିଲ୍ କାମରେ ଆସିନଥିଲା। ଦିଲ୍ଲୀର କଞ୍ଜୁମର କୋର୍ଟ ଏସବିଆଇ କାର୍ଡ ଆଣ୍ଡ ପେମେଣ୍ଟ ସର୍ଭିସ ଉପରେ ଜରିମାନା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଲକ୍ଷ ଟଙ୍କା ଦେବା ପାଇଁ ତାକୁ ଦୁଇ ମାସ ସମୟ ଦେଇଥିଲା। ଅର୍ଥାତ ଗୋଟିଏ ଭୁଲ କାରଣରୁ କମ୍ପାନୀର ଦୁଇ ମାସ ଭିତରେ ଦୁଇ ଲକ୍ଷ ଟଙ୍କା ଯିବ। ସବୁଠାରୁ ଖାସ୍‌ କଥା ଏହା ଯେ, ଧାର୍ଯ୍ୟ ସମୟରେ ଯଦି କମ୍ପାନୀ ଜରିମାନା ଟଙ୍କା ଭରିବାରେ ଭୁଲ କରେ ତେବେ ପୁଣିଥରେ ଟଙ୍କା ଦୁଇରୁ ବଢାଇ ତିନି ଲକ୍ଷ ଟଙ୍କା କରିଦିଆଯିବ।