ସାହାଜପାଲ / ବୌଦ୍ଧ ସଦର, ୧୪/୦୯: ବୌଦ୍ଧ ଜିଲ୍ଲା ସାହାଜପାଲ ଛକରେ ଥିବା SBI ଏଟିଏମ ଅଚଳ । ଆଜକୁ ଏକମାସ ହେବ ଅଚଳ ହୋଇପଡିଛି ଏଟିଏମ୍ । ଯାହାଫଳରେ ଯାତ୍ରୀ, ସାହାଜପାଲ ସାପ୍ତାହିକ ହାଟକୁ ଆସୁଥିବା ବେପାରୀ ଓ ସରକାରୀ ତଥା ବେସରକାରୀ କର୍ମଚାରୀମାନେ ଏଟିଏମରୁ ଟଙ୍କା କାଢ଼ିବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଟିଏମରୁ ଟଙ୍କା ଉଠାଣ କରିବା ପାଇଁ ୧୧ କିଲୋମିଟର ଦୂରରେ ଥିବା ବାଉଁଶୁଣୀ ଓ ୧୦ କିଲୋମିଟର ଦୂରରେ ଥିବା ଜହ୍ନାପଙ୍କ ଏଟିଏମ ଉପରେ ଅଞ୍ଚଳବାସୀ ନିର୍ଭର କରୁଛନ୍ତି। ଏଟିଏମରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ଅଧା ବାଟରେ ଡକାୟତି ମଧ୍ୟ ହେଉଛି । ତେଣୁ ତୁରନ୍ତ ଅଚଳ ଏଟିଏମକୁ ସଜାଡିବା ପାଇଁ ଦାବି ହେଉଛି ।