ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରଣବୀର ଆହ୍ଲାବାଦିଆଙ୍କୁ ଶୋ’ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

Published By : Prameya | March 3, 2025 4:43 PM

ନୂଆଦିଲ୍ଲୀ : ମାତା-ପିତାଙ୍କ ଉପରେ ଖରାପ କମେଣ୍ଟ କରି ବିବାଦକୁ ଆସିଥିବା ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୋମବାର ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଶୀର୍ଷ କୋର୍ଟ ଆହ୍ଲାବାଦିଆଙ୍କୁ ସୋସିଆଲ ମିଡ଼ିଆରେ ପୁଣି ଥରେ ନିଜ ଶୋ’କୁ ପ୍ରସାରିତ କରିବାକୁ ଅନୁମତି ଦେଇଛନ୍ତି। ଏହା ପୂର୍ବରୁ ଆହ୍ଲାବାଦିଆ କୋର୍ଟଙ୍କୁ ଅନୁରୋଧ କରି କହିଥିଲେ କି, ତାହା ତାଙ୍କର ଆୟର ଏକମାତ୍ର ମାଧ୍ୟମ। ଏଥିପାଇଁ ତାଙ୍କୁ ଶୋ ଅପଲୋଡ କରିବାକୁ ଅନୁମତି ଦିଆଯାଉ। 


ଏହା ଉପରେ ଶୀର୍ଷ କୋର୍ଟ ରଣବୀର ଆହ୍ଲାବାଦିଆଙ୍କୁ ଆଶ୍ୱସ୍ତି ଦେଇଛନ୍ତି , କିନ୍ତୁ ନିଜ କାର୍ଯ୍ୟକ୍ରମରେ ଶାଳୀନତା ବଜାୟ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସର୍ତ୍ତର ସହ ‘ଦ ରଣବୀର ଶୋ’ର ପ୍ରସାର ପୁଣି ଥରେ କରିବାକୁ ଅନୁମତି ଦେଇ ସାରିଛନ୍ତି। 

ଏହା ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ରଣହୀର ଆହ୍ଲାବାଦିଆଙ୍କର ଆବେଦନର ବିରୋଧ କରି କହିଥିଲେ , ‘ ଇଣ୍ଡିଆଜ ଗଟ୍‌ ଲାଟେଣ୍ଟ’ରେ କରାଯାଇ ଥିବା ଟିପ୍ପଣୀ ଅଶ୍ଳୀଳ ଓ ଅନୁଚିତ। ଶୋ ପ୍ରସାରିତ କରିବାକୁ ଆହ୍ଲାବାଦିଆଙ୍କ ଆବେଦନରେ ସଲିସିଟର ଜେନେରେଲ ମେହଟ୍ଟା କୋର୍ଟଙ୍କୁ କହିଛନ୍ତି କି ବର୍ତ୍ତମାନ ତାଙ୍କୁ କିଛି ସମୟ ପାଇଁ ଚୁପ୍‌ ରହିବାକୁ ଦିଆ ଯାଉ କିନ୍ତୁ କୋର୍ଟ ଏମିତି କରିନାହାନ୍ତି ଏବଂ ଆହ୍ଲାବାଦିଆଙ୍କୁ ଆଶ୍ୱସ୍ତି ଦେଇଛନ୍ତି।

ହେଲେ , ଶୀର୍ଷ କୋର୍ଟ ରଣବୀର ଆହ୍ଲାବାଦିଆଙ୍କୁ ବର୍ତ୍ତମାନ ବିଦେଶ ଯାତ୍ରାର ଅନୁମତି ଦେବାକୁ ମନା କରିଛନ୍ତି , କହିଛନ୍ତି – ତାଙ୍କର ଯାଞ୍ଚରେ ସାମିଲ ହେବା ପରେ ହିଁ ଅନୁମତି ଦିଆଯାଇ ପାରେ। କୋର୍ଟ ଏହା ମଧ୍ୟ କହିଛନ୍ତି ନୈତିକତା ଓ ଅଭିବ୍ୟକ୍ତିର ସ୍ୱାଧିନତା ମଧ୍ୟରେ ସନ୍ତୁଳନା ରକ୍ଷା କରିବା ଜରୁରୀ। 


କୋର୍ଟ ଏହା ପୂର୍ବରୁ ୩୧ ବର୍ଷିୟ ୟୁଟ୍ୟୁବରଙ୍କୁ ସବୁ ପ୍ରକାରର ଶୋ’ ଅପଲୋଡ କରିବାକୁ ରୋକ୍‌ ଲଗେଇ ଥିଲେ। ଦ ରଣବୀର ଶୋ ପୁଣି ଥରେ ଆରମ୍ଭ କରିବାର ଅନୁମତି ଦେଇ କୋର୍ଟ କହିଛନ୍ତି , ଆହ୍ଲାବାଦିଆଙ୍କୁ ଏକ କଥା ଦେବାକୁ ହେବ କି ତାଙ୍କ ଶୋ ନୈତିକତାର ବାଞ୍ଛିତ ମାନଦଣ୍ଡକୁ ବଜାୟ ରଖିବେ , ଯାହାକୁ ଏହାକୁ ସବୁ ବର୍ଗର ଲୋକେ ଦେଖି ପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.