PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସୁପ୍ରିମକୋର୍ଟଙ୍କ ନିର୍ଦେଶ: ଏବେ ଗୋଟିଏ ବଦଳରେ ୫ଟି ବୁଥରେ ଇଭିଏମ୍-ଭିଭିପାଟ ମିଳାଯିବ, ବିଳମ୍ବ ହୋଇପାରେ ଫଳାଫଳ

ନୂଆଦିଲ୍ଲୀ,୮।୪: ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନରେ  ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ  ନିର୍ବାଚନ କମିସନଙ୍କୁ କହିଛନ୍ତି। ଇଲେକ୍ଟ୍ରୋନିକ୍‍ ଭୋଟିଂ ମେଶିନ (ଇଭିଏମ) ଓ ଭେରିଫାଏଡ ପେପର ଟ୍ରାଏଲ (ଭିଭିପ୍ୟାଟ)କୁ ନେଇ ବିରୋଧୀ ଦଳ ଗୁଡିକ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ  ଏହି ନିର୍ଦେଶ ଦେଇଛନ୍ତି।

source: https://aajtak.intoday.in

ଏହା  ପୂର୍ବରୁ ପ୍ରତି ନିର୍ବାଚନମଣ୍ଡଳୀର ଗୋଟିଏ ଭିଭିପ୍ୟାଟରେ ଥିବା ପେପର ଟ୍ରେଲ ସହ ଇଭିଏମର ଭୋଟ ସଂଖ୍ୟା ମିଳାଇବା ପାଇଁ କହିଥିଲେ। କିନ୍ତୁ ଏବେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ  ପାଞ୍ଚଟି ଭିଭିପ୍ୟାଟ ବାଛି ତା’ର ପେପର ଟ୍ରେଲ ସହ ପାଞ୍ଚଟି ଇଭିଏମର ଭୋଟ ସଂଖ୍ୟା ମିଳାଇବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ୍ ମଧ୍ୟ ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶକୁ  ଲାଗୁ କରାଯିବ ବୋଲି କହିଛନ୍ତି।ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ଏହି ରାୟ ଦ୍ବାରା ସାଧାରଣ ଲୋକ, ରାଜନୀତିକ ଦଳଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅଧିକ ବିଶ୍ବାସଯୋଗ୍ୟ ହେବ ଏବଂ ଏଥିସହ ସ୍ବଚ୍ଛତା ବଜାୟ ରହିବ।

source: https://www.bhaskar.com

ଲୋକସଭା ନିର୍ବାଚନରେ ଇଭିଏମରୁ ଭିଭିପାଟର ୫୦ ପ୍ରତିଶତ ମିଳାଇବାକୁ ନେଇ ୨୧ଟି ବିରୋଧୀ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆବେଦନକାରୀ କହିଥିଲେ ଲୋକସଭା ନିର୍ବାଚନରେ ପ୍ରତ୍ୟେକ ବିଧାନସଭା ଅଞ୍ଚଳରେ ଭୋଟିଂ ମେସିନ୍ ପାଇଁ ଅତିକମରେ ୫୦ ପ୍ରତିଶତ ଭିଭିପାଟ୍ ସ୍ଳିପର ଗଣନା କରାଯାଉ। ଯେଉଁଥିରେ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିନଥିଲେ। କୋର୍ଟ କହିଥିଲେ ଏଥିପାଇଁ ବହୁ ଲୋକଙ୍କର ଆବଶ୍ୟକତା ହେବ। ବର୍ତ୍ତମାନ ସମୟରେ ଏହା ସମ୍ଭବ ନୁହେଁ। ଏହା ପୂର୍ବରୁ ଶୁଣାଣି ବେଳେ ନିର୍ବାଚନ କମିଶନ୍ ସୁପ୍ରିମକୋର୍ଟକୁ କହିଥିଲେ ଭିଭିପାଟ୍ ସ୍ଲିପ ଗଣିବାରେ ବର୍ତ୍ତମାନର ପଦ୍ଧତି ସବୁଠାରୁ ଉପଯୁକ୍ତ।

source: https://www.jagran.com

ସୁପ୍ରିମକୋର୍ଟରେ ନିର୍ବାଚନ କମିସନ ନିଜର ପକ୍ଷ ରଖିଥିଲେ। ଯଦି ୫୦ ପ୍ରତିଶତ ଇଭିଏମ୍ ଓ ଭିଭିପ୍ୟାଟର ଭୋଟ୍ ଆଗୁଆ ଗଣତି ହୋଇ ମିଶାଯିବ ତା’ହେଲେ ଏଥିପାଇଁ ୫.୨ ଦିନ ଅଧିକ ସମୟ ଲାଗିବ। ଏହାପରେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ପକ୍ଷକୁ ଆଧାର କରି ସୁପ୍ରିମକୋର୍ଟରେ ଦାବି କରିଥିଲେ ଯେ ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଭୋଟ୍ ଗଣତିରେ ଯଦି  ବିଳମ୍ବ ହୁଏ, ତା’ହେଲେ ସମସ୍ୟା ନାହିଁ।