PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା: ମୁଲାୟମ ଓ ଅଖିଳେଶଙ୍କ ଅଡୁଆ ବଢିଲା, ସିବିଆଇକୁ ୨ ସପ୍ତାହରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ,୨୫।୩: ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଓ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଇଁ ଏବେ ବଢିପାରେ ଅଡୁଆ। କାରଣ ଆୟବର୍ହିଭୂତ ସଂପତ୍ତି ଠୁଳ କରିବା ମାମଲାରେ ଆଜି ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ଅଖିଳେଶଙ୍କ ସହ ମୁଲାୟମଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମଧ୍ୟ ଏଥିରେ ଛନ୍ଦି ହୋଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସିବିଆଇକୁ ଏହି ମାମଲାରେ ଚାଲିଥିବା ତଦନ୍ତର ସ୍ଥିତି ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ନିଜର ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି  ଆମେ ଜାଣିବାକୁ ଚାହୁଁଛୁ ଯେ ଏହି ମାମଲାରେ କ’ଣ ହୋଇଛି? ୨୦୦୭ରେ ଏହାର ଷ୍ଟାଟସ୍ ରିପୋର୍ଟ ମଧ୍ୟ ରହିଛି, ତାହା କ’ଣ ହେଲା? ଜାଣିବାକୁ ଚାହୁଁଛୁ ଶେଷରେ କ’ଣ ସେହି ମାମଲା ରୁଜୁ ହୋଇଛି? ମୁଲାୟମଙ୍କ ଓକିଲ ନିର୍ବାଚନ ସମୟରେ ଏଭଳି ଯାଚିକାକୁ ବିରୋଧ କରି କହିଛନ୍ତି କାଲି ସବୁ ଖବର କାଗଜରେ ଏହି ନ୍ୟୁଜ ଥିବ। ଏହାର ଉତ୍ତରରେ ପ୍ରଧାନବିଚାରପତି କହିଛନ୍ତି ସମୟକୁ ନେଇ କିଛି ଫରକ ପଡେନି, କ’ଣ ହୋଇଛି ଆମକୁ ଜାଣିବ ଦରକାର।

ବିଶ୍ୱନାଥ ଚର୍ତୁବେଦୀ ନାମକ ଜଣେ ବ୍ୟକ୍ତି ଏହି ମାମଲା ନେଇ ୨୦୦୫ରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ।  ସେ ଏହି ଆବେଦନରେ ଦାବି କରିଥିଲେ ଯେ ସିବିଆଇକୁ ମୁଲାୟମ,ଅଖିଳେଶ,ପ୍ରତୀକ  ଏବଂ ଡିମ୍ପଲ ଯାଦବଙ୍କ ସମ୍ପତ୍ତିର ଯାଞ୍ଚ କରାଯାଉ। ୨୦୦୭ରେ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଥିଲେ ଏହା ଗୁରୁତର ଅଭିଯୋଗ, ତେଣୁ ଏହାର ତଦନ୍ତ କରାଯାଉ।ଆବେଦନକାରୀଙ୍କ ଦାବି ଅନୁସାରେ ଅଖିଳେଶ ଓ ପ୍ରତୀକ ଯାଦବଙ୍କ ସମ୍ପତ୍ତି ରିପୋର୍ଟ କୋର୍ଟରେ ରଖିବାର ନିର୍ଦେଶ ଦିଆଯାଉ।

ସମ୍ବନ୍ଧିତ ଖବର