ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ରାଜ୍ୟର ୧୦୨ ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ, ନବରଙ୍ଗପୁରରେ ସର୍ବାଧିକ ୧୫ଟି ସ୍କୁଲ

Published By : Prameya | July 24, 2025 10:37 AM

ଭୁବନେଶ୍ୱର,୨୪/୦୭: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼  ଖବର । ରାଜ୍ୟରେ ଥିବା ୧୦୨ଟି  ହାଇସ୍କୁଲକୁ ଉନ୍ନୀତ କରାଯାଇ  ହାୟର ସେକେଣ୍ଡାରୀ ସ୍କୁଲ (ଉଚ୍ଚ  ମାଧ୍ୟମିକ ବିଦ୍ୟାଳୟ)ରେ ପରିଣତ  କରାଯାଇଛି । ୧୦୨ ହାଇସ୍କୁଲ  ହାୟର ସେକେଣ୍ଡାରୀ ସ୍କୁଲକୁ  ଉନ୍ନୀତ ହେବା ନେଇ ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ଏକ୍ସ ଯୋଗେ ସୂଚନା ଦେଇଛନ୍ତି । 

 ହାୟର ସେକେଣ୍ଡାରୀ ସ୍କୁଲ ହେବା  ପରେ ଏଠାରେ ଯୁକ୍ତ ଦୁଇ ପଢିବେ  ଛାତ୍ରଛାତ୍ରୀ । ଯେଉଁମାନେ ଦଶମ  ପଢିସାରି ଅନ୍ୟ କଲେଜ ଯାଉଥିଲେ  ସେମାନଙ୍କୁ ଆଉ କଲେଜ ଖୋଜିବାକୁ  ପଡ଼ିବନି । ଏହି ସବୁ ଉନ୍ନୀତ ହାୟର  ସେକେଣ୍ଡାରୀ ସ୍କୁଲ ମଧ୍ୟରେ  ଅନୁଗୁଳର ୪ଟି, ଭଦ୍ରକର ୯, ବଲାଙ୍ଗିର ୯, ବୌଦ୍ଧର ୩, କଟକର  ଗୋଟିଏ, ଦେବଗଡ଼ର ଗୋଟିଏ, ଢେଙ୍କାନାଳର  ୫, ଗଜପତିର ୪, ଜଗତସିଂହପୁରର ଗୋଟିଏ,  ଝାରସୁଗୁଡ଼ାର ୩, କଳାହାଣ୍ଡିର ୧୨, କନ୍ଧମାଳର ୬,  କେନ୍ଦୁଝରର ୫, କୋରାପୁଟର ୨, ନବରଙ୍ଗପୁରର ୧୫,  ନୂଆପଡ଼ାର ୧୦, ରାୟଗଡ଼ାର ୧୨ଟି ହାଇସ୍କୁଲ ରହିଛି । ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ସବୁ ହାୟର ସେକେଣ୍ଡାରୀ  ସ୍କୁଲରେ କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ  ହେବ । 



ଏକ୍ସ ଯୋଗେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଯୁକ୍ତ  ଦୁଇ ପଢାରୁ ବଞ୍ଚିତ ହେଉଥିବା ପିଲା ଏବେ ନିଜ ପାଖ  ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଶିକ୍ଷା ଲାଭ  କରିବେ । ଅପରପକ୍ଷେ, ସିବିଏସଇ ସ୍କୁଲ ଭଳି ରାଜ୍ୟ  ସରକାରଙ୍କ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ  ଖୁବଶୀଘ୍ର ସିସିଟିଭି ଲାଗିବ । ସ୍କୁଲରେ ଘଟୁଥିବା ପ୍ରତିଟି  ଘଟଣା ଉପରେ ସିସିଟିଭିର ନଜର ରହିବ । ବାଲେଶ୍ୱର  ଫକୀରମୋହନ କଲେଜରେ ଯେଉଁଭଳି ଅଘଟଣ ଘଟିଲା  ତାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।  ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନରେ ର‌୍ୟାଗିଂ ଅଭିଯୋଗ  ଆସୁଛି । ତେଣୁ ସ୍କୁଲରେ ପଢୁଥିବା କୋମଳମତି  ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯିବ ବୋଲି  ଗଣଶିକ୍ଷା ବିଭାଗ ବିଚାର କରୁଥିବା ମନ୍ତ୍ରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.