ବଢିଲା ଖରା ଛୁଟି, ଜୁନ୍ ୨୫ ଯାଏଁ ଛୁଟି ବଢାଇଲେ ରାଜ୍ଯ ସରକାର

source:odishatv.in
ଭୁବନେଶ୍ୱର ୧୮/୬: ବୃଦ୍ଧି ପାଇଲା ଖରା ଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରା ଛୁଟି ବଢାଇଲେ ସରକାର । ଜୁନ୍ ୨୫ ଯାଏଁ ବଢିଲା ଛୁଟି । ଆସନ୍ତାକାଲି ରାଜ୍ଯର ସମସ୍ତ ସ୍କୁଲ୍ ଖୋଲିବାର ଥିଲା । ମାତ୍ର ଜୁନ୍ ୨୫ ଯାଏଁ ଛୁଟି ବଢାଇଛନ୍ତି ରାଜ୍ଯ ସରକାର । ଏନେଇ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛୁଟି ବୃଦ୍ଧି ପାଇଛି । କହିରଖୁଛୁ ଆସନ୍ତାକାଲିଠାରୁ ସବୁ ସରକାରୀ ସ୍କୁଲ୍ ଖୋଲିବାର ଥିଲା ।